କନକ ବ୍ୟୁରୋ : ଟଙ୍କା ପାଇଁ ପ୍ରଶ୍ନ ମାମଲାରେ ଟିଏମସି ନେତା ମହୁଆ ମୋଇତ୍ରାଙ୍କ ଘରେ ସିବିଆଇ ଚଢ଼ାଉ । ତାଙ୍କ କୋଲକାତା ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଲୋକପାଳଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନେଇଛି ସିବିଆଇ । ଟଙ୍କା ପାଇଁ ପ୍ରଶ୍ନ ମାମଲାରେ ଗତକାଲି ମହୁଆଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ସିବିଆଇ ।
ଏହି ମାମଲାରେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ କରିବା ସହ ୬ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ମାର୍ଚ୍ଚ ୧୫ତାରିଖରେ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକପାଳ । ଏହାସହ ପ୍ରତି ମାସ ମଧ୍ୟ ଯାଞ୍ଚ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି । ଏହି ମାମଲାରେ ଗତବର୍ଷ ନିଜର ଲୋକସଭା ସଦସ୍ୟତା ହରାଇଛନ୍ତି ମହୁଆ । ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇଥିବା ଅଭିଯୋଗ ରହିଛି । ଏହାସହ ମହୁଆ ତାଙ୍କର ସଂସଦୀୟ ଲଗ-ଇନ୍ ତଥ୍ୟ ମଧ୍ୟ ଦେଇଥିବା ଅଭିଯୋଗ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/17-22.jpg)