କନକ ବ୍ୟୁରୋ: ବିଦେଶୀ ଚାନ୍ଦା ପାଇବାରେ ଆବଶ୍ୟକ ନିୟମ ଅନୁପାଳନ ହୋଇନଥିବା ଅଭିଯୋଗରେ ଅକ୍ସନ ମୋଡକୁ ଆସିଛି  ସିବିଆଇ । ଦେଶର ୪୦ ଟି ସ୍ଥାନରେ ସିବିଆଇ ଚଢଉ କରିଛି ମଙ୍ଗଳବାର ଏହି ସୂଚନା ମିଳିଛି ବିଦେଶର ଅନୁଦାନ ଆଇନ୍(ଏଫସିଆରଏ)ର ଉଲଂଘନ ଅଭିଯୋଗରେ ଦିଲ୍ଲୀ , ଚେନ୍ନାଇ, ହାଇଦ୍ରାବାଦ, କୋଏମ୍ବାଟୁର, ମହୀଶୂର, ଓ ରାଜସ୍ଥାନର କିଛି ସ୍ଥାନରେ ପ୍ରାୟ ୪୦ଟି ସ୍ଥାନରେ ଏକ ସମନ୍ୱିତ ଅପରେସନ୍ ଚାଲିଛି ବୋଲି ସୂଚନା ମିଳିଛି ।

Advertisment

ଏହି ଅପରେସନ୍ରେ ଗୃହ ମନ୍ତ୍ରଣାଳୟର ଅନେକ ଅଧିକାରୀ ସାମିଲ ଥିବା ଜଣାପଡିଛି ଏନଜିଓ ଓ ମଧ୍ୟସ୍ଥିଙ୍କ ପ୍ରତିନିଧିମାନେ ମଧ୍ୟ ଏହି କାମରେ ସମ୍ପୃକ୍ତ ଥିବା ଜଣାପଡିଛି । ଏହି ମାମଲାରେ ସିବିଆଇ ବର୍ତ୍ତମାନ ସୁଦ୍ଧା ଗୃହ ମନ୍ତ୍ରଣାଳର ଅଧିକାରୀ ଓ ଏନଜିଓର ପ୍ରତିନିଧିଙ୍କ ସମେତ ୬ଜଣଙ୍କୁ ଗିରଫ କରିଛି  ଏକ ଦୁର୍ନୀତି ମାମଲାରେ ଗୃହ ମନ୍ତ୍ରଣାଳୟର କିଛି ଅଧିକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରିବା ପରେ ସିବିଆଇ ପକ୍ଷରୁ ଏହି ଚଢଉ କରାଯାଇଛି ।

ବିଦେଶୀ ଅନୂୁଦାନ ପାଇବା ପାଇଁ ସମସ୍ତ ବିଦେଶୀ ଅନୁଦାନ ଆଇନ୍ ବା ଏଫସିଆରଏ ଅଧିନରେ ପଞ୍ଜିକୃତ ହେବା ବାଧ୍ୟତାମୂଳକ ସମସ୍ତ ପଞ୍ଜିକୃତ  ସଂସ୍ଥାକୁ ଆର୍ଥିକ ବର୍ଷ  ଶେଷ ହେବାର ୯ ମାସ ମଧ୍ୟରେ ପ୍ରତ୍ୟେକ ଆର୍ଥିକ ବର୍ଷ ପାଇଁ ଆୟ ବ୍ୟୟ ବିବରଣୀ ଦେବାକୁ ପଡିଥାଏ ।

ଅଭିଯୋଗ ଅନୁସାରେ, ଏଫସିଆର କ୍ଲିୟରାନ୍ସ ସହିତ ଜଡିତ ବୈଦେଶିକ ଡିଭିଜନରେ ତଳ କର୍ମଚାରୀଙ୍କୁ ଲାଞ୍ଚ ଦେଇଥିଲେ ଏନଜିଓ କମ୍ପାନୀ । ହେଲେ ମଧ୍ୟସ୍ଥିମାନେ ଏନଜିଓଙ୍କ ଠାରୁ ଟଙ୍କା ନେବା ପରେ ବି ଏଫସିଆରଏ କ୍ଲିୟରାନ୍ସ ଦେଇନଥିଲେ ।