କଟକର ଆରଏମଏସ ଷ୍ଟୋର ମ୍ୟାନେଜର ଗିରଫ : ଲାଞ୍ଚ ନେବାବେଳେ ପ୍ରିୟରଞ୍ଜନ ବେହେରାଙ୍କୁ ବାନ୍ଧିଲା ସିବିଆଇ

କଟକର ଆରଏମଏସ ଷ୍ଟୋର ମ୍ୟାନେଜର ଗିରଫ : ଲାଞ୍ଚ ନେବାବେଳେ ପ୍ରିୟରଞ୍ଜନ ବେହେରାଙ୍କୁ ବାନ୍ଧିଲା ସିବିଆଇ

କନକ ବ୍ୟୁରୋ : କଟକ ଆରଏମଏସ୍ ଷ୍ଟୋର ମ୍ୟାନେଜର ପ୍ରିୟରଞ୍ଜନ ବେହେରାଙ୍କୁ ଗିରଫ କଲା ସିବିଆଇ ଟିମ୍ । କଟକ ବାଲିଯାତ୍ରା ପଡ଼ିଆ ପାଖରେ ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କର ବ୍ୟବସାୟ ରହିଛି । ସେ ପୋଷ୍ଟାଲ ଆରଏମଏସକୁ କିଛି ଷ୍ଟେସନାରୀ ଜିନିଷ ଯୋଗାଇଥାନ୍ତି । ଆଉ ଏହାର ବିଲ୍ ପାସ୍ କରାଇବା ପାଇଁ ଷ୍ଟୋର ମ୍ୟାନେଜର ତାଙ୍କୁ ବାରମ୍ବାର ଟଙ୍କା ମାଗୁଥିଲେ । ତେଣୁ ସେ ଏନେଇ ସିବିଆଇ ଅଧିକାରୀଙ୍କୁ ଜଣାଇଥିଲେ । ଏହା ପରେ ସିବିଆଇ ଟିମ୍ ପ୍ରିୟରଞ୍ଜନ ବେହେରାଙ୍କୁ ଗିରଫ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe