ଠକ ସଂସ୍ଥା ଏସ୍ଆର ଆଲକୋଭେବରେ ସିବିଆଇ ଚଢାଉ : ପଂଜାବ ନ୍ୟାସନାଲ ଓ ଆହ୍ଳାବାଦ ବ୍ୟାଙ୍କରୁ ୧୪୦ କୋଟି ଟଙ୍କାର ଠକେଇ ଅଭିଯୋଗ

71

କନକ ବ୍ୟୁରୋ : ଏସଆର ଆଲକୋଭେବ ପ୍ରାଇଭେଟ୍ ଲିମିଟେଡ୍ରେ ସିବିଆଇ ରେଡ୍ । ଜଗତପୁର ଶିଳ୍ପାଂଚଳ ଫେଜ୍ -୨ରେ ଥିବା ଏହି ସଂସ୍ଥା ଉପରେ ରେଡ୍ କରିଛି ସିବିଆଇ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆସିଷ୍ଟାଂଟ ଜେନେରାଲ ମ୍ୟାନେଜର ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଅଭିଯୋଗ ଆଧାରରେ ଚଢ଼ାଉ କରିଛି ସିବିଆଇ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବକ୍ସିବଜାର ଶାଖାରୁୁ ଏହି ସଂସ୍ଥା ୨୦୧୩ରେ ୪୦ କୋଟି ଟଙ୍କା ଋଣ ନେଇଥିଲା । ସେହିପରି ଭୁବନେଶ୍ୱର ଆହ୍ଲାବାଦ ବ୍ୟାଙ୍କରୁ ୩୩ କୋଟି ଟଙ୍କା ଋଣ ନେଇଥିଲା ।

କିନ୍ତୁ ପରବର୍ତ୍ତୀ ସମୟରେ ଋଣ ପରିଷୋଧ କରିନଥିଲା କମ୍ପାନୀ । ସୁଧମୂଳ ସହ ଯାହାକି ବର୍ତମାନ ୧୪୦ କେଟି ଟଙ୍କାରୁ ଅଧିକ ହୋଇଛି । ଏବଂ ବ୍ୟାଙ୍କ ଏକ ବଡ ଧରଣର କ୍ଷତିରେ ପଡିଛି । ଏନେଇ ସିବିଆଇରେ ବ୍ୟାଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଏସଆର ଆଲକୋଭେବ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ରଞ୍ଜନ କୁମାର ପାଢ଼ୀ, ଏମଡି ସାଇନା କରଙ୍କ ନାରେ ଋଣ ଦେଇଥିଲା ବ୍ୟାଙ୍କ୍ । ସପ୍ଲାୟର୍ସ ପ୍ରାଇଭଟେ ଲିମିଟେଡର ନିର୍ଦ୍ଦେଶିକା ନୈନା ଦେବୀ ଓ ଚନ୍ଦ୍ରଗ୍ରନ୍ଥ ଆଇରନ୍ ଆଣ୍ଡ ଷ୍ଟିଲ ଟ୍ରେଡର୍ସ ପ୍ରାଇଭେଟ୍ ଲିମିଟେଡ କର୍ପୋରେଡ୍ ଗ୍ୟାରେଂଟର ପଡିଥିଲେ । କମ୍ପାନୀକୁ ଆଗକୁ ବଢ଼ାଇବା ପାଇଁ ଋଣ ନେଇଥିଲେ ।