କନକ ବ୍ୟୁରୋ : ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଆଜି ସିବିଆଇ ପଚରା ଉଚରା କରିଛି । ଦିଲ୍ଲୀ ସ୍ଥିତି ସିବିଆଇର ମୁଖ୍ୟ କାର୍ଯ୍ୟାଳୟରେ ଏହି ପଚରା ଉଚରା ହୋଇଥିବା ଜଣାପଡିଛି    । ତାଙ୍କ ଉପରେ ଅଭିଯୋଗ ରହିଛି କି ସେ ଜାମ୍ମୁ-କାଶ୍ମୀରରେ ଉପ ରାଜ୍ୟପାଳ ଥିବା ବେଳେ ତାଙ୍କୁ ୨ ଟି ଫାଇଲରେ ଦସ୍ତଖତ କରିବାକୁ ୩୦୦ କୋଟି ଟଙ୍କା ଲାଂଚ ଯଚାଯାଇଥିଲା । ଏହି ମାମଲାରେ ସିବିଆଇ ଯାଂଚ ପାଇଁ କିଛିଦିନ ତଳେ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ସତ୍ୟପାଲ ମଲ୍ଲିକ ଦାବି କରିଥିଲେ ଯେ ସେ ଯେତେବେଳେ ଜାମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ଥିଲେ ତାଙ୍କୁ ୩୦୦ କୋଟି ଟଙ୍କାର ଲାଂଚ ଯଚାଯାଇଥିଲା । ଏହା ଆମ୍ବାନୀ ଓ ଆରଏସଏସ ସହିତ ସଂପର୍କରେ ଥିବା ଲୋକ ତାଙ୍କୁ ଯାଚିଥିଲେ ବୋଲି ସେ କହିଥିଲେ । ଏହା ବଦଳରେ ତାଙ୍କୁ ୨ ଟି ଫାଇଲ ଉପରେ ଦସ୍ତଖତ କରିବାକୁ କୁହାଯାଇଥିଲା । ହେଲେ ସେ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ବୋଲି ଏକ ସାକ୍ଷାତକାରରେ କହିଥିଲେ ସତ୍ୟପାଲ ମଲ୍ଲିକ ।

Advertisment

୨୦୨୧ ଅକ୍ଟୋବର ୧୭ ତାରିଖରେ ରାଜସ୍ଥାନର ଏକ କାର୍ଯ୍ୟକ୍ରମରେ ସତ୍ୟପାଲ ମଲ୍ଲିକ କହିଥିଲେ କି, ସେ କାଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ତାଙ୍କ ପାଖକୁ ୨ ଟି ଫାଇଲ ଆସିଥିଲା । ଗୋଟିଏ ଆମ୍ବାନୀଙ୍କ ଫାଇଲ ଥିଲା ଓ ଅନ୍ୟ ଟି ଆରଏସଏସ ସହ ଜଡିତ ଫାଇଲ ଥିଲା । ଯାହାକି ଜମ୍ମୁ-କାଶ୍ମୀରରେ ବିଜେପି ମେଣ୍ଟ ସରକାରରେ ଜଣେ ମନ୍ତ୍ରୀଙ୍କର ଥିଲା । ଏହି ମନ୍ତ୍ରୀ ଜଣଙ୍କ ବିଜେପି ଦଳର ଥିଲେ ଓ ତାଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଘନିଷ୍ଟତା ଥିଲା । ଏହି ଦୁଇଟି ଫାଇଲ ପାର କରିଦେଲେ ତାଙ୍କୁ ୩୦୦ କୋଟି ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା । ହେଲେ ଫାଇଲରେ ଅନେକ ଦୁର୍ନୀତି ଥିବାରୁ ସତ୍ୟପାଲ ମଲ୍ଲିକ ଏହି ଦୁଇଟି ଫାଇଲକୁ ଫେରାଇ ଦେଇଥିଲେ ।