କନକ ବ୍ୟୁରୋ : ସିବିଆଇ ନାଁରେ ସିସୋଦିଆ ଏଭଳି କିଛି ଅଭିଯୋଗ ଆଣିବା ପରେ ଏବେ ହଇଚଇ ସୃଷ୍ଟି ହୋଇଛି । ଏଥିସହ ସିସୋଦିଆ କହିଛନ୍ତି ବିଜେପି ଅପରେସନ ଲୋଟସକୁ ସଫଳ କରିବା ପାଇଁ ଦିଲ୍ଲୀ ସରକାରଙ୍କୁ କଳେବଳେ କୌଶଳେ ସମସ୍ୟା ଭିତରକୁ ଆଣିବାକୁ ଚାହୁଁଛି । ଗୁଜରାଟରେ ଆପର ଲୋକପ୍ରିୟତା ଦେଖି ବିଜେପି ବିଚଳିତ ତେଣୁ ଏଭଳି ମିଛ ମାମଲା ଆଣି ଆମ ଆଦମୀ ପାର୍ଟିକୁ ବଦନାମ କରିବାକୁ ଷଡଯନ୍ତ୍ର କରୁଛି ।

Advertisment

ସିବିଆଇ ବିରୋଧରେ ସିସୋଦିଆଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି କହିଛି ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ନିଜର ଦୁର୍ନିତୀ ଲୁଚାଇବା ପାଇଁ ଏଭଳି ବୟାନ ଦେଉଛି । ଏଥିସହ ସିସୋଦିଆଙ୍କୁ ଲାଇଭ ଡିଟେକ୍ଟ ଟେଷ୍ଟ ଦେବାକୁ ଖୋଲା ଚ୍ୟାଂଲେଜ ଦେଇଛି ବିଜେପି ।

ଗଣମାଧ୍ୟମ ସମ୍ମୁଖରେ ମନିଷ ସିସୋଦିଆ ଯେଉଁ ଅଭିଯୋଗ ଆଣିଛନ୍ତି ଏହାକୁ ନେଇ ସିବିଆଇ ପ୍ରତିକ୍ରିୟା ରଖିଛି । ସିସୋଦିଆଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତିହୀନ ଓ ଆଇନ ଅନୁସାରେ କେନ୍ଦ୍ରୀୟ ସଂସ୍ଥା କାମ କରୁଛି ବୋଲି ସିିବିଆଇ କହିଛି । ଏକଥା ମଧ୍ୟ ସିବିଆଇ କହିଛି କି ସୋମବାର ଜେରାରେ ସିସୋଦିଆ ସନ୍ତୋଷଜନକ ଉତର ଦେଇ ନାହାଁନ୍ତି । ତେଣୁ ଆବଶ୍ୟକ ପଡିଲେ ପୁଣି ଥରେ ଜେରା କରାଯିବ । ଦିଲ୍ଲୀ ଅବକାରୀ ଦୁର୍ନିତୀ ମାମଲାରେ ଆପର ଅନେକ ନେତା ଓ ମନ୍ତ୍ରୀଙ୍କୁ ସିବିଆଇ ଜେରା କରିବା ସହ ୩ଜଣଙ୍କୁ ଏବେ ସୁଦ୍ଧା ଗିରଫ କରିଛି । ମାମଲାରେ ଅନେକ ସ୍ଥାନରେ ଚଢାଉ କରିଛି ।