ସମାଜବାଦୀ ପାର୍ଟି ମୁଖ୍ୟଙ୍କ ବଢ଼ିଲା ଅଡୁଆ । ବେଆଇନ ଖଣି ଖନନ ମାମଲାରେ ଅଖିଳେଶଙ୍କୁ ସିବିଆଇର ସମନ

94

କନକ ବ୍ୟୁରୋ : ବଢ଼ିଲା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଅଡୁଆ । ଅଖିଳେଶଙ୍କୁ ମିଳିଲା ସିବିଆଇ ନୋଟିସ । ବେଆଇନ ଖଣି ଖନନ ମାମଲାରେ ୨୯ ତାରିଖ ଅର୍ଥାତ ଗୁରୁବାର ହାଜର ହେବାକୁ କୁହାଯାଇଛି । ମାମଲାରେ ଅଖିଳେଶଙ୍କୁ ସାକ୍ଷ୍ୟ ଭାବେ ଉପସ୍ଥିତ ରହିବାକୁ କୁହାଯାଇଛି । ୨୦୧୨ରୁ ୧୬ ମଧ୍ୟରେ ହମିମପୁରରେ ବଡ ଧରଣର ବେଆଇନ ଖଣି ଖନନ ମାମଲା ସାମ୍ନାକୁ ଆସିଥିଲା । ଦୁର୍ନତୀରେ ବହୁ ସରକାରୀ କର୍ମଚାରୀଙ୍କ ନାଁ ମଧ୍ୟ ରହିଛି । ଫର୍ଜୀ ପଟା ବ୍ୟବହାର କରାଯାଇ ବେଆଇନ ଖଣି ଖନନ କରିଥିବା ଅଭିଯୋଗ ରହିଛି ।