ବ୍ଲାକରୋଜର ବ୍ଲାକ କାହାଣୀ ଉପରୁ ପରଦା ଉଠାଇବ ସିବିଆଇ ! କିଏ ଏହା ପଛର ମୁଖ୍ୟ ଖଳନାୟକ, ୯ ବର୍ଷ ପରେ ଗୁମର ଖୋଲିବ ସିବିଆଇ
କନକ ବ୍ୟୁରୋ : ପାରଦୀପ ବନ୍ଦର ନକିଟରେ ବ୍ଲାକ ରୋଜ ଜାହଜର ବୁଡି ଘଟଣାର ତଦନ୍ତ କରିବ ସିବିଆଇ । ୦୯ ସେପ୍ଟେମ୍ବର ୨୦୦୯ରେ ପାରାଦୀପ ବନ୍ଦର ନିକଟରେ ବଙ୍ଗୋପସାଗରରେ ବୁଡି ଯାଇଥିଲା ଏହି ମାଲବାହି ଜାହାଜ ଯେଉଁଥିରେ ମୁଖ୍ୟ ଯନ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିଲା । ଆଇରନ ଓର ବୋଝେଇ କରି ମୋଙ୍ଗୋଲିଆରୁ ଆସୁଥିବା ଏହି ଜାହଜ ଦୁର୍ଘଟଣାକୁ ନେଇ ଅନେକ ସନ୍ଦେହ ବଢିଥିଲା । ବେଶ କିଛି ଦିନ ପର୍ଯ୍ୟନ୍ତ ଜାହାଜର ଉପର ଅଂଶ ପାଣି ଉପରକୁ ବି ଦେଖାଯାଉଥିଲା । କେବଳ ଏତିକି ନୁହେଁ ଏହି ଜାହଜବୁଡି ପରେ ସମୂଦ୍ର ଜଳକୁ ସଫା କରିବା ପାଇଁ ପାରାଦୀପ ଟ୍ରଷ୍ଟ ବୋର୍ଡ ୨୦କୋଟିରୁ ଅଧିକ ଟଙ୍କା ବି ଖର୍ଚ୍ଚ କରିଥିଲା ହେଲେ ପୁରା ଘଟଣାରେ ଜାହଜ ବୁଡି ପାଇଁ କି, ଦାୟୀ ତାହା ଜଣା ପଡି ନଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଆଇରନ ଓର ବୋଝେଇ ଏହି ଜାହଜର ଆନୁମାନିକ ମୂଲ୍ୟ ୧୦୦କୋଟିରୁ ୧୧୦କୋଟି ଥିଲା । ହେଲେ ଏତେ ବଡ ଦୁର୍ଘଟଣା ପାରାଦୀପ ତଟରେ ଜାହଜ ଚଳାଚଳର ସୁରକ୍ଷାକୁ ନେଇ ଏକ ବଡ ପ୍ରଶ୍ନ ଚିହ୍ନ ଛିଡା କରିଥିବା ବେଳେ ଏନେଇ କେନ୍ଦ୍ର ସରକାର,ରାଜ୍ୟ କ୍ରାଇମବ୍ରାଂଚ ଓ ଜଗତସିଂପୁର ପ୍ରଶାସନର ତଦନ୍ତ ପରେ ବି ଏଥିପାଇଁ ଦାୟୀ କିଏ ତାହା ଜଣାପଡି ନଥିଲା । ଏହା ସହ ପୁରା ଘଟଣାରେ ମାଫିଆଙ୍କ ଗତିବିଧିର ସମ୍ପୃକ୍ତି ନେଇ ବି ସାଧାରଣରେ ଅଭିଯୋଗ ହୋଇଥିଲା । ଏସବୁ ଭିତରେ ଏବେ ସିବିଆଇ ପୁରା ଘଟଣାର ତଦନ୍ତ କରିବାକୁ ଯାଉଛି । ପାରାଦୀପ ପୋର୍ଟର ଦୁଇ ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ଓ ଭୁବନ ଜେନା ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ ।
୩୧ ଡିସେମ୍ବର ୨୦୧୮ରେ ଏନେଇ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟକୁ ବିଧିବଦ୍ଧ ଭାବେ ଚିଠି ଲେଖାଯାଇଥିଲା ୦୨ ଜାନୁୟାରୀ ୨୦୧୮ରେ ପେଟ୍ରୋଲିୟମ ମନ୍ତ୍ରାଳୟ ଏନେଇ ଜାହଜ ଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖିଥିଲା । ପାରାଦୀପ ପୋର୍ଟ ଟ୍ରଷ୍ଟ ସଦସ୍ୟଙ୍କ ଅନୁରୋଧ ଆଧାରରେ ସପିଆଇ ତଦନ୍ତ ପାଇଁ ପେଟ୍ରୋଲିୟମ ମନ୍ତ୍ରାଳୟ ସୁପାରିଶ କରିଥିଲେ । ପେଟ୍ରୋଲିୟମ ମନ୍ତ୍ରାଳୟର ସୁପାରିଶ ଆଧାରରେ ଜାହାଜ ଚଳାଚଳ ମନ୍ତ୍ରାଳୟ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ।