କନକ ବ୍ୟୁରୋ: ନିଟ୍ ପେପର ଲିକ୍ ମାମଲା ସିବିଆଇକୁ ହସ୍ତାନ୍ତର ହେବା ପରେ ଆକ୍ସନ୍ ମୋଡରେ ଜାତୀୟ ତଦନ୍ତକାରୀ ସଂସ୍ଥା। ସୋମବାର ସକାଳୁ ସକାଳୁ ଇଓୟୁ ଅଫିସରେ ପହଞ୍ଚି ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚର ତଥ୍ୟ ସଂଗ୍ରହ କରିଛି। ଏହି ମାମଲାରେ ଇଓୟୁ ଟିମ୍ ଏକ ବଡ ନେଟଓ୍ୱର୍କର ଖୁଲାସା କରିଛି। ଆଗକୁ ଏ ମାମଲାରେ ତଦନ୍ତ କରିବ ସିବିଆଇ। ନିଟ୍-ୟୁଜି ପେପର ଲିକ୍ ମାମଲାର ତଦନ୍ତ ପାଇଁ ସିବିଆଇକୁ କେନ୍ଦ୍ର ସରକାର ଦାୟିତ୍ୱ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୬ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଇଓୟୁ।
ସୋମବାର ବିଭିନ୍ନ ସ୍ଥାନରେ ପହଞ୍ଚି ଜେରା କରିଛି ସିବିଆଇ। ପେପର ଲିକ୍ ମାମଲାର ମାଷ୍ଟର ମାଇଣ୍ଡ ସଞ୍ଜୀବକୁ ପଟନାରୁ ଗିରଫ କରିଛି ତଦନ୍ତକାରୀ ସଂସ୍ଥା ଇଓୟୁ। ଆର୍ଥିକ ଅପରାଧିକ ୟୁନିଟ୍ ଇଓୟୁ ଯାଞ୍ଚରୁ ଜଣାପଡିଛି,
- ପ୍ରବେଶିକା ପରୀକ୍ଷା ପୂର୍ବରୁ କିଛି ପିଲାଙ୍କୁ ମିଳି ସାରିଥିଲା ପ୍ରଶ୍ନପତ୍ର
- ବିହାର,ଝାଡ଼ଖଣ୍ଡର ୧୦୦ଜଣ ପରୀକ୍ଷାର୍ଥୀଙ୍କୁ ମିଳି ସାରିଥିଲା ପ୍ରଶ୍ନପତ୍ର
- ପ୍ରଶ୍ନ ଓ ଉତ୍ତର ସହ ୧୦୦ ପିଲାଙ୍କୁ ମିଳି ସାରିଥିଲା ସମସ୍ତ ତଥ୍ୟ
- ଯାଞ୍ଚର ସମସ୍ତ ତଥ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟକୁ ହସ୍ତାନ୍ତର କରିଛି ଇଓୟୁ
ସେପଟେ ପେପର ଲିକ୍ ଘଟଣାକୁ ନେଇ ରାଜନୀତି ବି ତେଜିବାରେ ଲାଗିଛି। ମାମଲାରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଜୁନ୍-୪ରେ ନିଟ୍ ପରିକ୍ଷା ଫଳ ପ୍ରକାଶ ପାଇବା ପରେ ଲାଗି ରହିଛି ବିବାଦ। ୬୭ଜଣ ପରୀକ୍ଷାର୍ଥୀ ୭୨୦ରୁ ୭୨୦ ମାର୍କ ରଖିଥିବାରୁ ବିବାଦ ଆରମ୍ଭ ହୋଇଥିଲା। ଭୁଲ ପ୍ରଶ୍ନ ପତ୍ର ଓ ବିଳମ୍ୱରେ ପ୍ରଶ୍ନ ପତ୍ର ପାଇଁ ମଧ୍ୟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି କିଛି ପିଲାଙ୍କୁ ଗ୍ରେସ ମାର୍କ ଦେଇଥିଲା। ବହୁ ସଂଖ୍ୟକ ପିଲା ରାଙ୍କ ୧ରେ ରହିବା ଏବଂ ଶତ ପ୍ରତିଶତ ମାର୍କ ରଖିବାରୁ ପରୀକ୍ଷାରେ ଅନିୟମିତତା ଅଭିଯୋଗ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2024/06/vdvrvr.jpg)