ମହାରାଷ୍ଟ୍ର ସରକାରଙ୍କ ପାଇଁ ବଢିଲା ଅଡୁଆ । ହାଇକୋର୍ଟଙ୍କ ନିଷ୍ପତ୍ତି । ଦେଶମୁଖଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଯାଂଚ କରିବ ସିବିଆଇ

99

କନକ ବ୍ୟୁରୋ : ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଅଭିଯୋଗର ଶୁଣାଣି କରି ବମ୍ବେ ହାଇକୋର୍ଟ ସୋମବାର ଦିନ ବଡ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ମୁତାବକ ୧୦୦ କୋଟି ଟଙ୍କା ଆଦାୟ ମାମଲାର ଯାଂଚ ସିବିଆଇ କରିବ । ଯାଚିକା ଉପରେ ନିଷ୍ପତ୍ତି ଶୁଣାଇବା ବେଳେ କୋର୍ଟ କହିଛନ୍ତି କି, ଏହି ମାମଲାରେ ଏଫଆଇଆର ହୋଇଛି ଓ ପୋଲିସ ଦ୍ୱାରା ଯାଂଚ କରିବାକୁ ଅପିଲ କରାଯାଇଥିଲା । କୋର୍ଟ ଆହୁରି କହିଛନ୍ତି କି, ଅନୀଲ ଦେଶମୁଖ ରାଜ୍ୟର ଗୃହମନ୍ତ୍ରୀ ହୋଇଥିବାରୁ ଏହି ମାମଲାର ନିରପକ୍ଷ ଯାଂଚ ପାଇଁ ପୋଲିସ ଉପରେ ଭରଶା କରାଯାଇ ପାରିବ ନାହିଁ । ତେଣୁ ସିବିଆଇକୁ ଏହି ମାମଲାର ଯାଂଚ କରିବାକୁ ନିର୍ଦ୍ଦେଶ ଦିଆଗଲା ।

ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ମୁତାବକ ସିବିଆଇ ଏହି ମାମଲାର ପ୍ରାଥମିକ ଯାଂଚ କରିବା ଦରକାର । ଯାଂଚ ବେଳେ ସମସ୍ତ ପକ୍ଷ ସିବିଆଇକୁ ସହଯୋଗ କରିବେ । ୧୫ ଦିନ ମଧ୍ୟରେ ସିବିଆଇ ନିର୍ଦ୍ଦେଶକଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ଏହି ରିପୋର୍ଟ ଆଧାରରେ ସିବିଆଇ ଯଦି ଅନୁଭବ କରିବ କି ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁହେବା ଦରକାର ତେବେ ସିବିଆଇ ଏଫଆଇଆର ଲଂଚ କରିବ ।