ବାହାନଗା ଦୁର୍ଘଟଣାର କାରଣ ଖୋଜୁଛି ସିବିଆଇ । ଆଜି ବି ଘଟଣାସ୍ଥଳରେ କରିବ ଛାନଭିନ୍, ଡ୍ୟୁଟିରେ ଥିବା ରେଳ ଅଧିକାରୀ ଓ କର୍ମଚାରୀଙ୍କୁ କରିବ ପଚରାଉଚରା ।

ବାହାନଗା ଦୁର୍ଘଟଣାର କାରଣ ଖୋଜୁଛି ସିବିଆଇ । ଆଜି ବି ଘଟଣାସ୍ଥଳରେ କରିବ ଛାନଭିନ୍, ଡ୍ୟୁଟିରେ ଥିବା ରେଳ ଅଧିକାରୀ ଓ କର୍ମଚାରୀଙ୍କୁ କରିବ ପଚରାଉଚରା ।

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ସିବିଆଇ ଜୋରସୋରରେ ତଦନ୍ତ ଚଳାଇଛି । ଆଜି ତଦନ୍ତର ତୃତୀୟ ଦିନରେ ସିବିଆଇ ଟିମ୍ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିପାରେ । ମନୁଷ୍ୟକୃତ ଭୁଲ ଯୋଗୁ ଦୁର୍ଘଟଣା ହୋଇଥିବା କୁହାଯାଉଥିବା ବେଳେ ସିବିଆଇ ଏହା ଉପରେ ଅଧିକ ତନାଘନା ଚଳାଇଛି । ଦୁର୍ଘଟଣା ଦିନ ବାହାନଗା ରେଳ ଷ୍ଟେସନରେ ଡ୍ୟୁଟିରେ ଥିବା ସବୁ ରେଳ ଅଧିକାରୀ ଏବଂ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ଏଥି ସହ ଗତ କିଛି ମାସ ମଧ୍ୟରେ ଷ୍ଟେସନରେ ଲାଗିଥିବା ଯାନ୍ତ୍ରିକ ଉପକରଣ ଉପରେ ସିବିଆଇ ତଥ୍ୟ ସଂଗ୍ରହ କରିଛି ।

ସିବିଆଇର ଟେକ୍ନିକାଲ ଏକ୍ସପର୍ଟ ଏବଂ ଫରେନସିକ୍ ଟିମ୍ ମିଳିତ ଭାବେ ରେଲୱେ ଟ୍ରାକର ଛାନଭିନ୍ କରିଛନ୍ତି । ରିଲେ ରୁମ ଏବଂ ଷ୍ଟେସନ ମାଷ୍ଟରଙ୍କ ରୁମରେ ମଧ୍ୟ ଛାନଭିନ କରିଛି ସିବିଆଇ । ତଦନ୍ତକାରୀ ଟିମ ସିଗନାଲ ରୁମକୁ ସିଲ କରିବା ସହ ତଥ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି । ସିବିଆଇ ଖୁବଶୀଘ୍ର ଦୁର୍ଘଟଣାଗ୍ରସ୍ତ ହୋଇଥିବା କରମଣ୍ଡଳ ଏକ୍ସପ୍ରେସର ଦୁଇ ଚାଳକଙ୍କ ବୟାନ ରେକର୍ଡ କରିପାରେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe