କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ସିବିଆଇ ଜୋରସୋରରେ ତଦନ୍ତ ଚଳାଇଛି । ଆଜି ତଦନ୍ତର ତୃତୀୟ ଦିନରେ ସିବିଆଇ ଟିମ୍ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିପାରେ । ମନୁଷ୍ୟକୃତ ଭୁଲ ଯୋଗୁ ଦୁର୍ଘଟଣା ହୋଇଥିବା କୁହାଯାଉଥିବା ବେଳେ ସିବିଆଇ ଏହା ଉପରେ ଅଧିକ ତନାଘନା ଚଳାଇଛି । ଦୁର୍ଘଟଣା ଦିନ ବାହାନଗା ରେଳ ଷ୍ଟେସନରେ ଡ୍ୟୁଟିରେ ଥିବା ସବୁ ରେଳ ଅଧିକାରୀ ଏବଂ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ଏଥି ସହ ଗତ କିଛି ମାସ ମଧ୍ୟରେ ଷ୍ଟେସନରେ ଲାଗିଥିବା ଯାନ୍ତ୍ରିକ ଉପକରଣ ଉପରେ ସିବିଆଇ ତଥ୍ୟ ସଂଗ୍ରହ କରିଛି ।
ସିବିଆଇର ଟେକ୍ନିକାଲ ଏକ୍ସପର୍ଟ ଏବଂ ଫରେନସିକ୍ ଟିମ୍ ମିଳିତ ଭାବେ ରେଲୱେ ଟ୍ରାକର ଛାନଭିନ୍ କରିଛନ୍ତି । ରିଲେ ରୁମ ଏବଂ ଷ୍ଟେସନ ମାଷ୍ଟରଙ୍କ ରୁମରେ ମଧ୍ୟ ଛାନଭିନ କରିଛି ସିବିଆଇ । ତଦନ୍ତକାରୀ ଟିମ ସିଗନାଲ ରୁମକୁ ସିଲ କରିବା ସହ ତଥ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି । ସିବିଆଇ ଖୁବଶୀଘ୍ର ଦୁର୍ଘଟଣାଗ୍ରସ୍ତ ହୋଇଥିବା କରମଣ୍ଡଳ ଏକ୍ସପ୍ରେସର ଦୁଇ ଚାଳକଙ୍କ ବୟାନ ରେକର୍ଡ କରିପାରେ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/Screen-Shot-2023-06-08-at-11.30.28-AM.jpg)