କନକ ବ୍ୟୁରୋ: ସୋମବାର ସକାଳୁ ଦିଲ୍ଲୀ ରାଜରାସ୍ତାରେ ଆମ ଆଦମୀ ପାର୍ଟିର ଏଭଳି କିଛି ବିଶାଳ ରାଲି ଦେଖିବାକୁ ମିଳିଛି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଦଳର ଶହ ଶହ ସଂଖ୍ୟକ ସମର୍ଥକ ଓ ନେତାମନ୍ତ୍ରୀଙ୍କ ଗହଣରେ ରାଲି କରିଥିଲେ । ତେବେ ଏହା ଏହି ରାଲି ପଛରେ କୌଣସି କ୍ୟାମ୍ପେନ ନଥିଲା ବଂର ସିବିଆଇରେ ହାଜର ହେବା ପୂର୍ବରୁ ବିଜେପି ବିରୋଧରେ ରଣହୁଙ୍କା ଦେଇଥିଲେ ସିସୋଦିଆ । ଦିଲ୍ଲୀ ନୂଆ ଅବକାରୀ ନୀତିର ଦୁର୍ନିତୀ ମାମଲାରେ କିଛି ଦିନ ପୂର୍ବରୁ ଚଢାଉ ଓ ସୋମବାର ଜେରାର ସମ୍ମୁଖୀନ ହୋଇଛନ୍ତି ମନିଷ ସିସୋଦିଆ । ଏହା ପୂର୍ବରୁ ଏଭଳି କିଛି ଅନ୍ଦାଜରେ ବିଜେପି ଉପରେ ବର୍ଷିଥିଲେ ସିସୋଦିଆ । ଗୁଜରାଟ ବିଧାନସଭା ନିର୍ବାଚନରେ ତାଙ୍କୁ ଅଟକାଇବାକୁ ପ୍ରୟାସ କରାଯାଉଛି ବୋଲି କହିିଛି ଆମ ଆଦମୀ ପାର୍ଟି ।

ସେପଟେ ମନିଷ ସିସୋଦିଆ ସିବିଆଇ ନିକଟରେ ପହଁଚିବା ପୂର୍ବରୁ ଯେଉଁଭଳି ଅନ୍ଦାଜରେ ରାଲି କରିଥିଲେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ଦଳ କହିଛି ଆପ ନିଜର ଦୁୁର୍ନିତୀ ଲୁଚାଇବା ପାଇଁ ଯେତେ ଡ୍ରାମା କଲେ ବି ମିଛ ଉପରୁ ପର୍ଦ୍ଦା ଉଠିଛି ଓ କେଜ୍ରିୱାଲ ଏବଂ ତାଙ୍କ ସହଯୋଗୀଙ୍କୁ କଳା ଚିଠା ସମସ୍ତଙ୍କୁ ସାମ୍ନାକୁ ଆସିଛି । ସେପଟେ କଂଗ୍ରେସ କହିଛି କି ବିଜେପିର ହାତ କଣ୍ଢେଇ ହେଉଛି ସିବିଆଇ,ଇଡି ଓ ଆଇଟି । ତେଣୁ ସରକାରଙ୍କ ଇସାରାରେ ଏସବୁ ଚଢାଉ ହେଉଛି ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ କାର୍ଯ୍ୟାଳୟରେ ସିସୋଦିଆଙ୍କୁ ଦୀର୍ଘ ଘଂଟା ଧରି ଜେରା କରାଯାଇଛି । ୧୦ ହଜାର କୋଟି ଟଂକା ଦୁର୍ନୀତି ମାମଲାରେ ଏହି ଜେରା କରାଯାଇଛି । ଅଗଷ୍ଟ ୧୭ରେ ପ୍ରଥମେ ସିବିଆଇ ମାମଲା ରୁଜୁ କରିଥିଲା । ଦୁଇ ମାସ ମଧ୍ୟରେ ୪୦୦ରୁ ଅଧିକ ସ୍ଥାନରେ ସିବିଆଇ ଏବଂ ଇଡି ରେଡ୍ କରିଛନ୍ତି । ତିନି ଜଣ ଗିରଫ ହୋଇଛନ୍ତି । ସିସୋଦିଆ କହିଛନ୍ତି, ଅବକାରୀ ଦୁର୍ନୀତି ନେଇ ତାଙ୍କ ବିରୋଧରେ ମିଛ ମାମଲା ରୁଜୁ ହୋଇଛି ।