ଦାଦାବଟି ଆଦାୟ କରିବା ଅଭିଯୋଗରେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇର ପଚରାଉଚରା । ସମନ ପରେ ଡିଆରଡିଓ ଗେଷ୍ଟ ହାଉସରେ ଘଂଟା ଘଂଟା ଜେରା ।

167

କନକ ବ୍ୟୁରୋ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜେରା କଲା ସିବିଆଇ । ମାସକୁ ୧୦୦ କୋଟି ଟଙ୍କାର ବଟି ଆଦାୟ ନେଇ ସଚିନ ବାଜେ ଆଣିଥିବା ଅଭିଯୋଗ ଲିଙ୍କରେ ବିବାଦ ଘେରକୁ ଆସି ଶେଷରେ ପଦ ଛାଡିଥିଲେ ଦେଶମୁଖ । ସିବିଆଇର ସମନ ପରେ ଆଜି ଡିଆରଡିଓ ଗେଷ୍ଟ ହାଉସରେ ପହଁଚି ନିଜର ବୟାନ୍ ରେକର୍ଡ କରାଇଛନ୍ତି ଅନୀଲ ଦେଶମୁଖ । ବର୍ତମାନ ସୁଦ୍ଧା ଏହି ମାମଲାରେ ଅନୀଲ ଦେଶମୁଖଙ୍କ ବ୍ୟକ୍ତିଗତ ସହାୟକ ସଂଜିବ ପାଲାନ୍ଦେ ଏବଂ ସୁନ୍ଦନ ସିନେ୍ଧ ଏବଂ ମୁମ୍ୱାଇ ପୋଲିସର ପୂର୍ବତନ ଅଧିକାରୀ ସଚିନ ୱାଜେଙ୍କ ଦୁଇ ଡ୍ରାଇଭରଙ୍କୁ ଏହି ମାମଲାରେ ଜେରା କରି ସାରିଛି ସିବିଆଇ ।

ଦେଶମୁଖଙ୍କ ନାଁରେ ମୁମ୍ୱାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଅଭିଯୋଗ ଆଣିବା ମାମଲାରେ ଏବେ ସିବିଆଇ ଛାନଭିନ୍ କରୁଛି । ପରମବୀର ସିଂ , ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଜଣାଇଥିଲେ କି ମାସକୁ ୧୦୦ କୋଟି ଟଙ୍କାର ବଟି ଆଦାୟ ପାଇଁ ସଚିନ ୱାଜେଙ୍କୁ ଟାର୍ଗେଟ୍ ଦେଇଥିଲେ ଦେଶମୁଖ । ତେବେ ଏହି ମାମଲାରେ ପ୍ରାଥମିକ ଭାବେ ତଦନ୍ତରେ ଅନୀଲ ଦେଶମୁଖଙ୍କୁ ସନ୍ଦେହ ଘେରକୁ ଅଣାଯାଇଛି । ଆଗକୁ ତଦନ୍ତ ବଢିଲେ , ଚେର ଅଧିକ ଲଂବିବ ବୋଲି କୁହାଯାଉଛି ।

ଏହି ମାମଲାରେ ଗତ ଏପ୍ରିଲ ୫ ତାରିଖରେ ବଂବେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ମୁକେଶ ଅଂବାନୀଙ୍କ ଆଂଟିଲିଆ ଆପାର୍ଟମେଂଟ ନିକଟରେ ଗାଡିରୁ ବିସ୍ଫୋରକ ଠାବ ହେବା ପରେ ତଦନ୍ତ କରୁ କରୁ ଘଟଣା ଅନୀଲ ଦେଶମୁଖ ମାସିକ ୧୦୦ କୋଟିର ବଟି ଆଦାୟ ପ୍ରସଙ୍ଗ ସାମ୍ନାକୁ ଆସିଛି ।