ବିଧାନସଭାରେ ସିବିଆଇ ! ସଚିବାଳୟର ଗାଡି ପାସକୁ ନେଇ ଛାନଭିନ୍

20

କନକ ବ୍ୟୁରୋ : ବିଧାନସଭାରେ ପସିଲା ସିବିଆଇ । ସଚିବାଳୟର ଗାଡି ପାସକୁ ନେଇ ଆରମ୍ଭ କରିଛି ଛାନଭିନ୍ । ୨୦୧୦ରୁ ୨୦୧୩ ମଧ୍ୟରେ କେଉଁ କେଉଁ ଗାଡି ନମ୍ବରକୁ ସଚିବାଳୟକୁ ପାସ ଦିଆଯାଇଥିଲା ତାହାର ତଥ୍ୟ ସଂଗ୍ରହ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ପୂର୍ବରୁ ବିଧାନସଭା ପକ୍ଷରୁ ଏ ସଂକ୍ରାନ୍ତରେ ତଥ୍ୟ ଦିଆଯାଇଥିଲେ ମଧ୍ୟ ସନ୍ଦେହ ହେବାରୁ ପୁଣି ଥରେ ସିବିଆଇ ବିଧାନସଭା ଯାଇଥିବା ଚର୍ଚ୍ଚା ହେଉଛି ।