୨୪ ଘଣ୍ଟାର ମାରାଥନ ଜେରା ପରେ ସିବିଆଇର କାର୍ଯ୍ୟାନୁଷ୍ଠାନ: ମହିମା ମିଶ୍ରଙ୍କ ପୁଅକୁ ଅଟକ ରଖିଛି ସିବିଆଇ

153

କନକ ବ୍ୟୁରୋ: ମାରଥାନ ରେଡ ପରେ ସିବିଆଇର କାର୍ଯ୍ୟାନୁଷ୍ଠାନ । ଶିଳ୍ପପତି ମହିମା ମିଶ୍ରଙ୍କ ପୁଅକୁ ଅଟକ ରଖିଛି ସିବିଆଇ । କଟକ ବଡ଼ ବଜାର ସ୍ଥିତ ବାସଭବନରୁ ଚର୍ଚ୍ଚିତ ମିଶ୍ରଙ୍କୁ ଅଟକ ରଖାଯାଇଛି । ପାରାଦୀପ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକା କର୍ମଚାରୀ ସୁମନ୍ତ ରାଉତ, କେସିଟି ଗ୍ରୁପର ଅପରେସନ୍ ମ୍ୟାନେଜର ଶଂଖ ଶୁଭ୍ରା ମିତ୍ର, ଓଡ଼ିଶା ଷ୍ଟିଭଡେର୍ସ ଲିମିଟେଡ ସଂସ୍ଥାର ଡିଜିଏମ ସୂର୍ଯ୍ୟନାରାୟଣ ସାହୁଙ୍କୁ ଗିରଫ କରାଯାଇଛି । ଏହା ସହିତ ଆହୁରି ଏକାଧିକ ଲୋକଙ୍କ ନାଁରେ ମାମଲା ରହିଛି ।

୨୫ ଲକ୍ଷ ଟଙ୍କାର ଲାଂଚ କାରବାର ମାମଲାରେ ସିବିଆଇ ସ୍କାନରକୁ ଆସିଥିଲେ ମହିମା ମିଶ୍ର । ତାଙ୍କ ଘର ସମେତ ଓଏସଏଲ ଅଫିସ ଏବଂ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ସିବିଆଇ ତନାଘନ କରିବା ପରେ ବହୁ ଗୁରୁତ୍ୱପୁଣ୍ଣ କାଗଜ ସମେତ ନଗଦ ପାଖାପାଖି ୮୪ ଲକ୍ଷ ଟଙ୍କା ଜବତ କରାଯାଇଛି । ସିବିଆଇ କଟକ, ପାରାଦୀପ, ଭୁବନେଶ୍ୱର, ଜଗତସିଂହପୁରର ୧୫ଟି ସ୍ଥାନରେ ଚଢାଉ କରିଥିଲା । ସିଏମଇ ସରୋଜ ଦାଶଙ୍କ ବିରୋଧରେ ଲାଂଚ କାରବାର କରୁଥିବା ନେଇ ମାମଲା ରୁଜୁ କରିଛି ସିବିଆଇ ।