ଟିଏମସି ଉପରେ ପୁଣି ଚଡକ, ତୃଣମୁଳ କଂଗ୍ରେସର ହାଇପ୍ରୋଫାଇଲ ନେତା ଅନୁବ୍ରତ ମଣ୍ଡଳଙ୍କ ବାନ୍ଧିଲା ସିବିଆଇ। 

155

କନକ ବ୍ୟୁରୋ: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପରେ ଏବେ ଆଉ ଜଣେ ଟିଏମସି ନେତା ବନ୍ଧା ହେଲେ । ତୃଣମୃଳ କଂଗ୍ରେସର ହାଇପ୍ରୋଫାଇଲ ନେତା ଅନୁବ୍ରତ ମଣ୍ଡଳଙ୍କୁ ଗୁରୁବାର ସକାଳୁ ଗିରଫ କରିଛି ସିବିଆଇ । ଗୋରୁ ଚାଲାଣ ଅଭିଯୋଗ ଆଧାରରେ ଗିରଫ କରଯାଇଛି । ଏହା ପୂର୍ବରୁ ଜେରା ପାଇଁ ଟିଏମସି ନେତାଙ୍କୁ ସିବିଆଇ ସମନ ଦେଇଥିଲେ ସୁଦ୍ଧା ସେ ହାଜର ହୋଇନଥିଲେ । ଜେରା ପାଇଁ ସହଯୋଗ ନକରିବା ପରେ ବୀରଭୂମରୁ ତାଙ୍କୁ ଗିରଫ କରିଛି ସିବିଆଇ ।

ଭାରତ-ବାଙ୍ଗଲାଦେଶ ସୀମା ଦେଇ ଗୋ ଚାଲାଣ କରୁଥିବା ସୂଚନା ମିଳିବା ପରେ ସିବିଆଇ ୨୦୨୦ରେ ବିଏସଏଫ କମାଡେଣ୍ଟ ସତୀଶ କୁମାରଙ୍କ ସହିତ ବହୁତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏମାନଙ୍କୁ ଜେରା ସମୟରେ ଅନୁବ୍ରତ ମଣ୍ଡଳଙ୍କ ନାଁ ସାମ୍ନାକୁ ଆସିିଥିଲା ।