ମଦ ଦୁର୍ନୀତି ମାମଲାରେ ବଢ଼ିଲା କେ.କବିତାଙ୍କ ଅଡୁଆ । ବିଆରଏସ ନେତ୍ରୀଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତତ ରିମାଣ୍ଡରେ ନେଲା ସିବିଆଇ

147

କନକ ବ୍ୟୁରୋ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର ଗିରଫ ପରେ ଶୁକ୍ରବାର ଦିଲ୍ଲୀ ରାଉଜ ଆଭିନ୍ୟୁକୋର୍ଟରେ ହାଜର ହୋଇଛନ୍ତି ବିଆରଏସ ନେତ୍ରୀ କେ.କବିତା । କୋର୍ଟ ତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ପଠାଇଛନ୍ତି । ତେବେ କୋର୍ଟରେ ଶୁଣାଣୀ ସମୟରେ ସିବିଆଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛି । ସିବିଆଇ ପକ୍ଷରୁ କୋର୍ଟରେ କବିତାଙ୍କ କଳାକାରନାମାର ଲମ୍ବା ତାଲିକା ଦେଇଛି ସିବିଆଇ । ଦିଲ୍ଲୀରେ ଜଣେ ବ୍ୟବସାୟୀ ଓ ଅରବିନ୍ଦ କେଜ୍ରିୱାଲ ସାକ୍ଷାତ ହୋଇଥିଲା । ପରେ ସେହି ବ୍ୟବସାୟୀ ହାଇଦ୍ରାବାଦ ଯାଇ କବିତାଙ୍କ ସହ ବୈଠକ କରିଥିଲେ । କିଛି ଦିନ ପରେ ସାଉଥଗ୍ରୁପର ୩ଜଣ ସଦସ୍ୟ ଓ ବ୍ୟବସାୟି ବିଜୟ ନାୟର ମଧ୍ୟରେ ୧୦୦କୋଟି ଟଙ୍କାର ଡିଲ ହେବା ସ୍ଥିର ହୋଇଥିଲେ । ପଇସା ବଦଳରେ ଏକ୍ସାସାଇପଲିସିରେ ସମସ୍ତଙ୍କ ଫାଇଦା ମିଳିବା ନେଇ ପୂରା ଡିଲ କରାଯାଇଥିବା ସିବିଆଇ କହିଛି । ଏଥିସହ ସିିବିଆଇ କହିଛି ମାମଲାରେ କବିତାଙ୍କ ବଡ ଭୂମିକା ରହିଛି । ୧୦୦କୋଟିର ଡିଲ ପାଇଁ ତାଜ ହୋଟେଲରେ ବସିଥିଲା ଗୁପ୍ତ ବୈଠକ ବସିଥିଲା । ୨୦୨୨ ମାର୍ଚ୍ଚ ୧୬ କେଜ୍ରିୱାଲ ଓ ମଦ ବ୍ୟବସାୟୀଙ୍କ ଭେଟଘାଟ ହୋଇଥିବା ସିବିଆଇ ଆଜି କୋର୍ଟରେ କହିଛି । କବିତାଙ୍କୁ ୫ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ପିଟିସନ ଦାଖଲ କରିଥିଲ ସିବିଆଇ । ଇଡି ରିମାଣ୍ଡ ନେବା ସହ କବିତା ତିହାର ଜେଲରେ ଏବେ ଅଛନ୍ତି ।