ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ଦାଖଲ କଲା ଚାର୍ଜସିଟ୍, ଜାଣନ୍ତୁ ମନୀଷ ସିସୋଦିଆଙ୍କ ବିରୋଧରେ କଣ ମିଳିଛି ପ୍ରମାଣ

119

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆଜି (୨୫ ନଭେମ୍ବର) ସିବିଆଇ ତରଫରୁ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ଏହି ଚାର୍ଜସିଟରେ ମୋଟ ୭ ଜଣଙ୍କ ନାମ ରହିଛି । ସିବିଆଇ ତରଫରୁ ଦିଲ୍ଲୀ ଏଭିନ୍ୟୁ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରିଛି ।

ସବିଆଇ ତରଫରୁ କୁହାଯାଇଛି କି ଚାର୍ଜସିଟରେ ଯେଉଁ ୭ ଜଣଙ୍କ ନାମ ରହିଛି ସେମାନଙ୍କ ମଧ୍ୟରୁ ୩ ଜଣ ସରକାରୀ ଚାକିରୀଆ । ଏହାସହ ସିବିଆଇ କହିଛି କି ଏବେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଯାଂଚ ଚାଲିଛି । ସେପଟେ ଚାର୍ଜସିଟରେ ଯେଉଁ ୭ ଜଣଙ୍କ ନାମ ରହିଛି ସେମାନେ ହେଲେ ବିଜୟ ନାୟାର, ଅଭିଷେକ ବୋହନପଲ୍ଲୀ, ସମୀର ମେହେନ୍ଦୁ, ମୁନ୍ଥା ଗୌତମ, ଅରୁଣ ଆର ପିଲ୍ଲାଇ ଓ ଅବକାରୀ ବିଭାଗର ଦୁଇଜଣ କର୍ମଚାରୀ ।

ହେଲେ ଏହି ଚାର୍ଜସିଟରେ ଦିଲ୍ଲୀ ଅବକାରୀ ମନ୍ତ୍ରୀ ତଥା ବିରୋଧୀଦଳ ଯାହାଙ୍କୁ ମୁଖ୍ୟ ଅଭିଯୁକ୍ତ କହୁଥିଲେ ମନୀଷ ସିସୋଦିଆଙ୍କ ନାମ ନଥିବାରୁ ଏବେ ଆମ୍ ଆଦମୀ ପାର୍ଟି ବିଜେପିକୁ ଘେରିଛି । ଆପ୍ ପ୍ରବକ୍ତା ସୌରଭ ଭରଦ୍ୱାଜ କହିଛନ୍ତି କି ମେ ମାସରେ ବିଜେପି ଏହି କଥା ଆରମ୍ଭ କରିଥିଲା । ଏନେଇ ସିବିଆଇ ୬ ମାସ ମଧ୍ୟରେ ୫୦୦ ଅଫିସରଙ୍କୁ ପଚରା ଉଚରା କରିବା ସହ ୬୦୦ ସ୍ଥାନରେ ଚଢାଉ କରିଥିଲା । ହେଲେ ଏବେ କଣ ପ୍ରମାଣିତ ହେଲା ବୋଲି ସେ ବିଜେପିକୁ ପ୍ରଶ୍ନ ପଚାରିଛନ୍ତି ।