କନକ ବ୍ୟୁରୋ: ଲାଲୁ ଯାଦବଙ୍କ ପରିବାର ପାଇଁ ବଢ଼ିଲା ଅଡୁଆ । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ଯାଦବ ଓ ରାବ୍ରୀ ଦେବୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଚାକିିରି ବଦଳରେ ଜମି ଦେବା ମାମଲାରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ତେବେ ସିବିଆଇ ଚାର୍ଜସିଟ ଉପରେ ଶୁଣାଣି କରିବାକୁ କୋର୍ଟ କୌଣସି ତାରିଖ ଧାର୍ଯ୍ୟ କରି ନାହାନ୍ତି । ପ୍ରାୟ ୧୪ବର୍ଷ ତଳର ଏହି ମାମଲା । ସେତେବେଳେ କେନ୍ଦ୍ରରେ ଉପା ସରକାର ଥିଲା । ଲାଲୁ ଯାଦବ କେନ୍ଦ୍ରରେ ରେଳମନ୍ତ୍ରୀ ଥିଲେ । ସିବିଆଇର ଅଭିଯୋଗ ଅନୁସାରେ, ପ୍ରଥମେ ରେଳବାଇର ଗ୍ରୁପ-ଡି ପୋଷ୍ଟରେ ଅସ୍ଥାୟୀ ଭାବେ ନିଯୁକ୍ତି ଦେଇଥିଲେ । ତାପରେ ସେମାନଙ୍କୁ ଚାକିରିରେ ସ୍ଥାୟୀ କରାଯାଇଥିଲା । ଏଥିପାଇଁ ରେଳବାଇ ପକ୍ଷରୁ କୌଣସି ବିଜ୍ଞାପନ ଦିଆଯାଇନଥିଲା । ହେଲେ, କ୍ଷମତାର ଦୁରୂପଯୋଗ କରି, ଯେଉଁମାନେ ଲାଲୁ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ନାଁରେ ଜମି କରିଥିଲେ, ସେମାନଙ୍କୁ ରେଳବାଇରେ ନିଯୁକ୍ତି ଦିଆଯାଇଥିଲା । ଅଭିଯୋଗ ପରେ ୨୦୨୨ରେ ଏନେଇ ମାମଲା ରୁଜୁ କରିଥିଲା ସିବିଆଇ ।
ଜମି ବଦଳରେ ଚାକିରି ମାମଲାରେ ବଢ଼ିଲା ବିହାର ଉପମୁଖ୍ୟମନ୍ତ୍ରୀ ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ: ଚାର୍ଜସିଟ ଦାଖଲ କଲା ସିବିିଆଇ
/kanak/media/post_attachments/wp-content/uploads/2023/07/45.jpg)