ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା : ଗର୍ଲଫ୍ରେଣ୍ଡ ରିୟାଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ, ଖୁବଶୀଘ୍ର ଫିଟିବ ସୁଶାନ୍ତଙ୍କ ସୁଇସାଇଡ ରହସ୍ୟ ।

1,031

କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ନିଜ ହାତକୁ ନେଇଛି ସିବିଆଇ । ଆଜି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଓ ବ୍ୟକ୍ତିଗତ ସହାୟକ ନାମରେ ସିବିଆଇ ଏଫଆଇଆର ରୁଜୁ କରିଛି । ଏଥିସହ ଏହି ମାମଲାର ତଦନ୍ତ କରୁଥିବ ବିହାର ପୋଲିସ ସହିତ ମଧ୍ୟ ସିବିଆଇ କଥାବାର୍ତା ଜାରି ରଖିଛି ।

ସୁଶାନ୍ତ ବାପାଙ୍କ ଅଭିଯୋଗ ଆଧାରରେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ଉସୁକେଇବା ନେଇ ବିହାର ପୋଲିସ ପୂର୍ବରୁ ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ରିୟାଙ୍କ ନାଁରେ ଏଫଆଇଆର କରିସାରିଛି । ଖୁବଶୀଘ୍ର ସିବିଆଇର ୱେସାଇଟରେ ଏହି ଏଫଆଇଆର ଅପଲୋଡ ହେବ ବୋଲି ସୂଚନା ମିଳିଛି । ସିବିଆଇ ଅଧିକାରୀଙ୍କ ସୂଚନା ମୁତାବକ, ସ୍ପେଶାଲ ଇନଭେଷ୍ଟିଗେସନ ଟିମ ବା ଏସଆଇଟି ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତ କରିବ ।

ଜୁନ ୧୪ ତାରିଖରେ ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ମିଳିଥିଲା ସୁଶାନ୍ତଙ୍କ ମୃତଦେହ । ଏହା ପଛରେ ଷଡଯନ୍ତ୍ର ଥିବା ନେଇ ଦୁଇଟି ଥିଓରୀ ଚର୍ଚ୍ଚାରେ ରହିଛି । ବଲିଉଡରେ ନେପୋଟିଜିମ ଏବଂ ସୁଶାନ୍ତଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକେଇବା । ଏବେ ସିବିଆଇ ରିୟାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଯାଉଛି । କାରଣ ବିହାରରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇସାରିଛି । ଏପରିକି ପଇସା ହେରଫେର ଅଭିଯୋଗରେ ଇଡି ମଧ୍ୟ ଶୁକ୍ରବାର ହାଜର ପାଇଁ ରିୟାଙ୍କୁ ସମନ କରିଛି ।