କନକ ବ୍ୟୁରୋ : ସତ ସିବିଆଇ, ନକଲି ରେଡ୍ । ଚଣ୍ଡିଗଡ଼ର ଏକ କମ୍ପାନୀରେ ବେଆଇନ ଭାବେ ଚଢାଉ କରି ଗିରଫ ହେଲେ ୪ ଜଣ ସିବିଆଇ ଅଧିକାରୀ । ସେମାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ବିନା କୌଣସି ଚଢାଉ ଆଦେଶରେ ଆଇଟି ପାର୍କରେ ଥିବା ଏକ କମ୍ପାନୀରେ ଚଢାଉ କରିବାକୁ ପହଞ୍ଚି ଯାଇଥିଲେ । କମ୍ପାନୀ ମାଲିକଙ୍କୁ ଗିରଫ ଧମକ ଦେବା ସହ ଏକ କୋଟି ଟଙ୍କା ମାଗିଥିଲେ ।
ଏହା ପରେ ତାଙ୍କୁ ଗାଡିରେ ବସାଇ ଦିଲ୍ଲୀ ନେବା ବାହାନାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁଲିଥିଲେ । ସନ୍ଦେହ ହେବାରୁ କମ୍ପାନୀ ମାଲିକ ତାଙ୍କର ଜଣେ ସାଙ୍ଗଙ୍କୁ ସେ କିଡ୍ନାପ ହୋଇଥିବା ନେଇ ହାଟ୍ସଆପ୍ କରିଥିଲେ । ତାଙ୍କ ଲୋକେସନ୍ ବି ସେୟାର କରିଥିଲେ । ଏହା ପରେ ତାଙ୍କ ସାଙ୍ଗ ଚଣ୍ଡିଗଡ଼ ପୋଲିସ ସହାୟତାରେ ଲୋକେସନରେ ପହଞ୍ଚିଥିଲେ । ପୋଲିସକୁ ଦେଖି ସିବିଆଇ ଅଧିକାରୀ ଦୌଡିଥିଲେ । ପୋଲିସ ସେମାନଙ୍କୁ ପିଛା କରି ଗିରଫ କରିଥିଲା । ପୋଲିସ ସେମାନଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/22-14.jpg)