କନକ ବ୍ୟୁରୋ : ବିହାରରେ ଆକ୍ସନ ମୋଡରେ ସିବିଆଇ । ଲ୍ୟାଣ୍ଡ ଫର ଜବ ସ୍କାମ ମାମଲରେ ମଙ୍ଗଳବାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତଦନ୍ତକାରୀ ସଂସ୍ଥା । ପୂର୍ବରୁ ଆରଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ଅନ୍ୟ କିଛି ନେତା ଏବଂ ମନ୍ତ୍ରୀଙ୍କ ଠିକଣାରେ ଇଡି ଓ ଆଇଟି ଚଢାଉ କରିଥିବାବେଳେ ଏବେ ପୁଣି ଆକ୍ସନ ମୋଡକୁ ଆସିଛି ସିବିଆଇ । ଲାଲୁଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା କିରଣ ଦେବୀଙ୍କ ସମେତ ୧୨ ଠିକଣାରେ ଚଢାଉ କରାଯାଇଛି । କେବଳ ବିହାରରେ ନୁହେଁ ଦିଲ୍ଲୀ, ଉତରପ୍ରଦେଶ ଓ ନୋଏଡାରେ ମଧ୍ୟ ଚଢାଉ କରାଯାଇଛି ।
ଦୁଇ ମାସ ପୂର୍ବରୁ ଇଡିର ଚଢାଉ ସମୟରେ ଲାଲୁଙ୍କ ପୁଅ ଓ ଝିଅଙ୍କ ଠିକଣାରୁ ୨କେଜି ସୁନା, ବିଦେଶୀ ମୁଦ୍ରା, ଦାମୀ ଅଳଙ୍କାର, ଗୁୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛି । ୨୦୦୯-୧୪ରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ଲ୍ୟାଣ୍ଡ ଫର ଜବ ସ୍କାମ ମାମଲା ସାମ୍ନାକୁ ଆସିଥିଲା ।
କ’ଣ ଏହି ଲ୍ୟାଣ୍ଡ ଫର ଜବ୍ ସ୍କାମ୍?
- ଲ୍ୟାଣ୍ଡ ଫର ଜବ୍ ସ୍କାମ୍ ମାମଲା ୧୪ ବର୍ଷ ତଳର
- ୨୦୦୪ରୁ ୨୦୦୯ ଯାଏଁ ରେଳମନ୍ତ୍ରୀ ଥିଲେ ଲାଲୁ ପ୍ରସାଦ ଯାଦବ
- ଜମି ଦେବା ବଦଳରେ ଲୋକଙ୍କୁ ଚାକିରି କରାଇବା ପାଇଁ ଦେଇଥିଲେ ଅଫର
- ସିବିଆଇ ଏହି ମାମଲାରେ ମେ’ ୧୮ ତାରିଖରେ ମାମଲା ରୁଜୁ କରିଥିଲା
- ଲୋକଙ୍କୁ ପ୍ରଥମେ ଗ୍ରୁପ୍-ଡି’ରେ ପଦରେ ସବଷ୍ଟିଚ୍ୟୁଟ୍ ଭାବେ ଭର୍ତ୍ତି କରାଯାଇଥିଲା
- ପରେ ପରିବାରଲୋକେ ଜମି ଡିଲ୍ କରିଥିଲେ
- ଯାହା ପରେ ସେମାନଙ୍କ ଚାକିରି ନିୟମିତ କରାଯାଇଥିଲା
ସିବିଆଇ ରେଡ ପାଇଁ ଆରଜେଡି ବିଜେପିକୁ ସିଧାସଳଖ ଟାର୍ଗେଟ କରୁଛି । ବିଜେପି ବିରୋଧୀଙ୍କୁ ହଇରାଣ କରୁଥିବା କହିଛି ଆରଜେଡି । ସେପଟେ କଂଗ୍ରେସ କହିଛି ଚଢ଼ାଉ କରି ବିଜେପି ସରକାର ରାଜନୀତି ପ୍ରତିଶୋଧ ନେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/1-34.jpg)