ଓଡ଼ିଶାରେ ସିବିଆଇର ବଡ଼ ଧରଣର ଚଢ଼ାଉ । ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ୬୩ଜଣଙ୍କ ବିରୋଧରେ ମାମଲା ରୁଜୁ ।

Advertisment
ଓଡ଼ିଶାରେ ସିବିଆଇର ବଡ଼ ଧରଣର ଚଢ଼ାଉ । ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ୬୩ଜଣଙ୍କ ବିରୋଧରେ ମାମଲା ରୁଜୁ ।

କନକ ବ୍ୟୁରୋ: ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଅନିୟମିତତା ମାମଲାରେ ସିବିିଆଇର ଚଢ଼ାଉ ଜାରି ରହିଛି । ଗୁରୁବାର ଫୁଲବାଣୀର ଅରବିନ୍ଦନଗରର ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ଘରେ ସିବିଆଇ ଚଢ଼ାଉ କରିଛି । ସାର୍ଟିଫିକେଟ୍ ଦେଇ ଜିଡିଏସ ପାଇଁ ରାୟଗଡ଼ା ସର୍କଲରେ ଆବେଦନ କରିଥିଲେ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ଶୁଭଲକ୍ଷ୍ମୀ ପାଲଟାସିଂହ । ସାର୍ଟିଫିକେଟ ଜାଲ ବୋଲି ସନ୍ଦେହ କରି ସିବିଆଇ ତାଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାପଡିଛି । ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ଶିକ୍ଷକଙ୍କ ଘରେ ଘଣ୍ଟାଘଣ୍ଟା ଧରି ଚଢ଼ାଉ କରିଥିଲା । ତେବେ ଶୁଭଲକ୍ଷ୍ମୀ ଘରେ ନଥିବା ଜଣାପଡିଛି । ତେଣୁ ସିବିଆଇ ଟିମ୍ ପୂର୍ଣ୍ଣଚନ୍ଦ୍ରଙ୍କୁ ନୋଟିସ ଦେଇଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe