କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଆଜି ସିବିଆଇ ପକ୍ଷରୁ ଚାର୍ଜଫ୍ରେମ କରାଯାଇଛି । ମାମଲାର ୯ ବର୍ଷ ପରେ ସିବିଆଇ ପକ୍ଷରୁ ଚାର୍ଜଫ୍ରେମ କରାଯାଇଛି । ସିସୋର ଚିଟଫଣ୍ଡ ଠକେଇ ମାମଲା ହେବାର ୯ ବର୍ଷ ପରେ ଚାର୍ଜଫ୍ରେମ କରିଛି ସିବିଆଇ । ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ ୱାନ୍ କୋର୍ଟରେ ଚାର୍ଜଫ୍ରେମ୍ କଲା ସିବିଆଇ । କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ସିବିଆଇ ପକ୍ଷରୁ ଚାର୍ଜଫ୍ରେମ୍ କରାଯାଇଛି । ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାଁରେ ଚାର୍ଜଫ୍ରେମ୍ ହୋଇଛି । ୪୪ଟି ଚିଟ୍ଫଣ୍ଡ ସଂସ୍ଥା ବିରୋଧରେ ସିବିଆଇ ତଦନ୍ତ କରୁଛି । ମାମଲାର ତ୍ୱରିତ ବିଚାର ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ ପ୍ରଭାତ ବିଶ୍ୱାଳ । ତେଣୁ ୯ ବର୍ଷ ପରେ ପ୍ରଥମ ମାମଲାରେ ସିବିଆଇ ଚାର୍ଜଫ୍ରେମ୍ କରିଛି । ୨୦୧୪ରେ ସିସୋର ସହ ଏକ ଜମି ଡିଲ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କୁ ଜେରା କରିଥିଲା ସିବିଆଇ । ୨୯ ଲକ୍ଷ ୨୫ହଜାର ଟଙ୍କାରେ ୨୦୧୧ରେ ଏହି ଜମି କିଣିବା ପାଇଁ ଡିଲ ହୋଇଥିଲା । କିନ୍ତୁ କିଛି ମାସ ପରେ ଜମି ଡିଲରୁ ଓହରି ଯାଇଥିଲେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ । କିନ୍ତୁ ପ୍ରଭାତ ଓ ତାଙ୍କ ପତ୍ନୀ ସିସୋରକୁ ଆଉ ଟଙ୍କା ଫେରସ୍ତ କରି ନଥିବା ସିବିଆଇରେ ଅଭିଯୋଗ ହୋଇଥିଲା ।

Advertisment