ଆଉ ଏକ ବଡ ବ୍ୟାଙ୍କ ଠକେଇ: କନସୋର୍ଟିୟମ ବ୍ୟାଙ୍କରୁ ୭ ହଜାର ୯୨୬ କୋଟି ଟଙ୍କାର ଠକେଇ; ହାଇଦ୍ରାବାଦ୍ ଭିତ୍ତିକ ଟ୍ରାନ୍ସଷ୍ଟ୍ରଏ ଇଣ୍ଡିଆ ଲିଃ କଂପାନୀ ଠକେଇ କରିଥିବା ସାମ୍ନାକୁ ଆସିଲା ତଥ୍ୟ
କନକ ବ୍ୟୁରୋ: ବ୍ୟାଙ୍କ ଗୁଡିକରେ ଠକେଇ ବଢିବାରେ ଲାଗିଛି । ନୀରବ ମୋଦି ଓ ମେହୁଲ ଚୌକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଠକିନେବା ଭଳି ଆଉଏକ ବଡ ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଛି । ହାଇଦ୍ରାବାଦ ଭିତିକ ଟ୍ରାନ୍ସଷ୍ଟ୍ରଏ ଇଣ୍ଡିଆ ଲିମିଟେଡ ନାମକ ଏକ କମ୍ପାନି କନସୋର୍ଟିୟମ ବ୍ୟାଙ୍କକୁ ୭ ହଜାର ୯୨୬ କୋଟି ଟଙ୍କା ଠକିଥିବା ଅଭିଯୋଗ ଆସିଛି । ତେଣୁ ଏହି କମ୍ପାନି ବିରୋଧରେ ଶୁକ୍ରବାର ମାମଲା ରୁଜୁ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ- ସିବିଆଇ ।
Kanak News is now on WhatsApp
Join and get latest news updates delivered to you via WhatsApp
ହୀରା ବ୍ୟବସାୟୀ ନୀରବ ମୋଦି, ବ୍ୟାଙ୍କ ଗୁଡିକରୁ ଯେତିକି ଟଙ୍କାର ଠକେଇ କରିଛନ୍ତି ଏହି ମାମଲା ତାଠାରୁ ବଡ ବୋଲି କୁହାଯାଉଛି । ନୀରବ ମୋଦି ୭ ହଜାର ୭ଶହ କୋଟି ଟଙ୍କା ଠକି ଭାରତରୁ ପଳାୟନ କରିଥିଲେ । ଏବେ ସେ ଲଣ୍ଡନ ଜଲେରେ ଥିବାବେଳେ ତାଙ୍କୁ ପ୍ରତ୍ୟର୍ପଣ ପାଇଁ ଚେଷ୍ଟା ଚଳାଇଛନ୍ତି ଭାରତ ସରକାର । ହେଲେ ଏହି ମାମଲାରେ ସଂପୃକ୍ତ ଟ୍ରାନ୍ସଷ୍ଟ୍ରଏ କମ୍ପାନୀ ରାଜପଥ, ପୋଲ, ଜଳସେଚନ ପ୍ରକଳ୍ପ ଏପରିକି ମେଟ୍ରୋ ପ୍ରକଳ୍ପ ଏବଂ ତୈଳ ଓ ବାଷ୍ପ କ୍ଷେତ୍ରରେ ବାଣିଜ୍ୟ କାରବାର କରିଥାଏ । ଠକେଇ ବାବଦ କାଗଜପତ୍ର ହାସଲ କରିବା ପାଇଁ ସିବିଆଇ ହାଇଦ୍ରାବାଦ ସମେତ ଗୁଂଟୁରର ବିଭିନ୍ନ ସ୍ଥାନରେ ଚଢାଉ କରିଛି ।