ଯୁଦ୍ଧ ଜାହାଜ ତଥ୍ୟ ଲିକ୍ ମାମଲା : ଜଣେ କାର୍ଯ୍ୟରତ ନୈସେନା ଅଧିକାରୀ ଓ ୨ ଅବସରପ୍ରାପ୍ତ ଅଧିକାରୀଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ସିବିଆଇ

 ଲାଂଚ ନେଇ ଘରୋଇ କମ୍ପାନୀକୁ ଅତ୍ୟାଧୁନିକ ଜ୍ଞାନକୌଶଳର ତଥ୍ୟ ଦେଇଥିବା ଅଭିଯୋଗ 

138

କନକ ବ୍ୟୁରୋ : ନୌସେନାର ଜଣେ ବରିଷ୍ଠ ଅଧିକାରୀ ଓ ଦୁଇ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କୁ ଗିରଫ କରିଛି ସିବିଆଇ । ଏମାନଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ସବମେରାଇନ୍ ବା ଯୁଦ୍ଧଜାହାଜ ଆଧୁନିକୀକରଣ ସଂପର୍କରେ ଗୋପନୀୟ ତଥ୍ୟ ଲିକ୍ ମାମଲାରେ ଏମାନଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଜଣେ ଭାଇସ୍ ଆଡମିରାଲଙ୍କ ନେତୃତ୍ୱରେ ନୌସେନା ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି । କିଭଳି ଏପରି ଘଟଣାର ପୁନରାବୃତି ହେବ ନାହିଁ, ଏ ନେଇ ପରାମର୍ଶ ଦେବ ଏହି ଟିମ୍ । କମାଣ୍ଡର ରାଙ୍କର ଜଣେ କାର୍ଯ୍ୟରତ ଅଧିକାରୀଙ୍କୁ ସିବିଆଇ ଗିରଫ କରିଥିଲା ।

ସେ ମୁମ୍ବାଇ ସ୍ଥିତ ୱେଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡରେ କାର୍ଯ୍ୟରତ ଥିଲେ । ଅନ୍ୟ ଦୁଇ ଜଣ ନୌସେବାର ଅବସରପ୍ରାପ୍ତ ଅଧିକାରୀ । ଏ ସମସ୍ତ ୫ ଜଣ ଅଭିଯୁକ୍ତ ଏବେ ବିଚାର ବିଭାଗୀୟ କଷ୍ଟୋଡିରେ ରହିଛନ୍ତି । ରୁଷିଆ ଜ୍ଞାନକୌଶଳରେ ନିର୍ମିତ ସିନ୍ଧୁଘୋଷ ଶ୍ରେଣୀର ସବ୍-ମେରାଇନ୍ର ଆଧୁନିକୀକରଣ ନେଇ ଗୋପନୀୟ ତଥ୍ୟ ଲିକ୍ କରିଥିବା ଅଭିଯୋଗ ହୋଇଥିଲା । ନୌସେନା ଅଧିକାରୀ ଲାଂଚ ନେଇ ପ୍ରତିରକ୍ଷା ଯନ୍ତ୍ରପାତି ତିଆରି କରୁଥିବା ଘରୋଇ କଂପାନୀର ଅଧିକାରୀଙ୍କୁ ଦେଇଥିଲେ । ଗୁଇନ୍ଦା ଏଜେନ୍ସୀର ସୂଚନା ଅନୁସାରେ ଏ ନେଇ ତଦନ୍ତ ଆରମ୍ଭ ହୋଇଥିଲା ।