ନାରଦା ଲାଞ୍ଚ ମାମଲା : ୪ଜଣ ଟିଏମସି ବିଧାୟକ ଓ ମନ୍ତ୍ରୀଙ୍କ ଜାମିନ ଉପରେ ରହିତାଦେଶ ଜାରି କଲା କୋଲକାତା ହାଇକୋର୍ଟ

Advertisment
ନାରଦା ଲାଞ୍ଚ ମାମଲା : ୪ଜଣ ଟିଏମସି ବିଧାୟକ ଓ ମନ୍ତ୍ରୀଙ୍କ ଜାମିନ ଉପରେ ରହିତାଦେଶ ଜାରି କଲା କୋଲକାତା ହାଇକୋର୍ଟ

କନକ ବ୍ୟୁରୋ : ନାରଦା ଲାଞ୍ଚ ମାମଲାରେ ଗିରଫ ହୋଇଥିବା ୪ଜଣ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ନେତାଙ୍କ ଜାମିନ ଉପରେ କୋଲକାତା ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଏହି ନିଷ୍ପତ୍ତି ପରେ ଏବେ ଅଭିଯୁକ୍ତମାନେ ବୁଧବାର ପର୍ଯ୍ୟନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ହେପାଜତରେ ରହିବେ । ଗିରଫ ଚାରିଜଣଙ୍କୁ କୋଲକାତାର ପ୍ରେସିଡେନ୍ସି ଜେଲର ସ୍ୱତନ୍ତ୍ର କୋଠରୀକୁ ସ୍ଥାନାନ୍ତର କରାଯାଇଛି । ଚାରି ଜଣ ଟିଏମସି ନେତାଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ସିବିଆଇ ସ୍ୱତନ୍ତ୍ର ଅନୁରୋଧ କରିଥିବା ଜଣାଯାଇଛ ।

ଉଲ୍ଲେଖଯୋଗ୍ୟ, ନାରଦା ଲାଞ୍ଚ ମାମଲାରେ ଦୁଇଜଣ ମନ୍ତ୍ରୀଙ୍କ ସମେତ ଦୁଇଜଣ ବିଧାୟକଙ୍କୁ ଗିରଫ କରିଥିଲା ସିବିଆଇ | ସୋମବାର ପୂର୍ବାହ୍ନରେ ସିବିଆଇ ଶାସକ ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଫିରହାଦ୍ ହାକିମ ଏବଂ ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର ଏବଂ ଦଳର ପୂର୍ବତନ ନେତା ତଥା ମନ୍ତ୍ରୀ ସୋଭନ୍ ଚାଟାର୍ଜୀଙ୍କୁ ଗିରଫ କରିଥିଲା। କିନ୍ତୁ ପରେ ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କୁ କୋଲକାତାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଜାମିନ ପ୍ରଦାନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe