ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ବାନ୍ଧିଲା ସିବିଆଇ । ଲାଞ୍ଚ ନେଉଥିବା ବେଳେ ଧରିଥିଲା ସିବିଆଇ, ଚଢାଉ ବେଳେ ଘରୁ ମିଳିଲାଣି କୋଟିଏରୁ ଅଧିକ ଟଙ୍କା ।

ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ବାନ୍ଧିଲା ସିବିଆଇ । ଲାଞ୍ଚ ନେଉଥିବା ବେଳେ ଧରିଥିଲା ସିବିଆଇ, ଚଢାଉ ବେଳେ ଘରୁ ମିଳିଲାଣି କୋଟିଏରୁ ଅଧିକ ଟଙ୍କା ।

କନକ ବ୍ୟୁରୋ : ଡାକ୍ତରଙ୍କୁ ବାନ୍ଧିଲା ସିବିଆଇ । ପାରାଦୀପ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଗିରଫ କରିଛି ସିବିଆଇ । ଏମିନେନ୍ସ ସିପିଂ ଏଜେଂଟଠାରୁ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ । ଏହା ପରେ ରାତି ସାରା ପାରାଦୀପ ଅଫିସ୍ ସମେତ ପାରାଦୀପରେ ଥିବା ଭଡ଼ା ଘର, ବାଲେଶ୍ୱରରେ ଥିବା ପୈତୃକ ଘର ଓ କଟକରେ ରହୁଥିବା ଘରେ ଚଢାଉ କରିଥିଲା ସିବିଆଇ । ଚଢାଉ ବେଳେ କୋଟିଏରୁ ଅଧିକ ଟଙ୍କା ଜବତ କରାଯାଇଥିଲା । ଏହା ସହ ବହୁ ପରିମାଣର ବିଦେଶୀ ମୁଦ୍ରା ମଧ୍ୟ ଜବତ ହୋଇଥିଲା । ବିଦେଶୀ ମଦ, ଦାମୀ ସିଗାରେଟ୍ ସିବିଆଇ ମଧ୍ୟ ଜବତ କରିଥିଲା ସିବିଆଇ । ଏହା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ଜବତ ହୋଇଥିଲା ।

ରାତି ସାରା ରେଡ୍ ପରେ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଛି । ପାରାଦୀପ ଭୁଇଁଆ ଛକରେ ଥିବା କାର୍ଯ୍ୟାଳୟରେ ଟଙ୍କା ନେଉଥିବା ବେଳେ ମାଡି ବସିଥିଲା ସିବିଆଇ । ପାରାଦୀପ ବନ୍ଦରକୁ ଆସୁଥିବା ଜାହାଜର କ୍ରିୟୁ ମେମ୍ବରଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ କରୁଥିବା ଓ ଏହାର ରିପୋର୍ଟ ପାଇଁ ରାଜେନ୍ଦ୍ର ନାରାୟଣ ଅନେକ ସମୟରେ ବିଭିନ୍ନ ସିପିଂ ଏଜେଂଟଙ୍କ ଠାରୁ ଜୁଲମ କରି ଟଙ୍କା ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ଗୁରୁବାର ସିବିଆଇର ଅଧିକାରୀ ମାନେ ତାଙ୍କୁ ଲାଂଚ ନେଉଥିବା ବେଳେ ଟଙ୍କା ସହ ଧରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe