କନକ ବ୍ୟୁରୋ: ପୂର୍ବତନ ଲୋକସଭା ସାଂସଦ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କ ଘରେ ସିବିଆଇ ଚଢ଼ଉ କରିଛି। ନିକଟରେ ସିବିଆଇ କ୍ୟାସ୍ ଫର୍ କ୍ୱେରି ମାମଲାରେ ଏକ ମାମଲା ରୁଜୁ କରିଥିଲା, ଯାହା ପରେ ଆଜି ଏହି ଚଢ଼ଉ କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ସିବିଆଇ ଅଧିକାରୀମାନେ ରବିବାର ମହୁଆଙ୍କ କୋଲକାତା ଫ୍ଲାଟ ସହ ଅନ୍ୟ ସମ୍ପର୍କୀତ ଠିକଣାରେ ଚଢ଼ାଉ କରିଥିବା ଜଣାପଡିଛି । ଲୋକପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପୂର୍ବତନ ଟିଏମସି ସାଂସଦ ମୋଇତ୍ରାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଯାଞ୍ଚ କରି ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକପାଳ ।

ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଦ୍ୱାରା ମୋଇତ୍ରାଙ୍କ ବିରୋଧରେ ଆଣିଥିବା ଅଭିଯୋଗର ପ୍ରାଥମିକ ତଦନ୍ତର ଫଳାଫଳ ମିଳିବା ପରେ ଲୋକପାଳ ସିବିଆଇକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲୋକସଭା ସାଂସଦ ଦୁବେ ଅଭିଯୋଗ କରିଛନ୍ତି ଯେ, ଶିଳ୍ପପତି ଗୌତମ ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସଂସଦରେ ପ୍ରଶ୍ନ କରି ସରକାରଙ୍କୁ ଟାର୍ଗେଟ କରିବାକୁ ମହୁଆ ଦୁବାଇର ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ନଗଦ ଟଙ୍କା ଏବଂ ଉପହାର ନେଇଥିଲେ ଏବଂ ବଦଳରେ ଗୃହରେ ପ୍ରଶ୍ନ ପଚାରିଥିଲେ।