କନକ ବ୍ୟୁରୋ : ବନ୍ଦହେଲା ଆଧାର-ପାନ୍ କାର୍ଡ ଲିଙ୍କ କରିବାର ମାଗଣା ସେବା । ଯେଉଁମାନେ ବର୍ତ୍ତମାନ ଯାଏ ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କ କରାଇନାହାନ୍ତି ସେବାନଙ୍କ ପାଇଁ ବଡ ଖବର । ଏଣିକି ଆଉ ମିଳିବନି ପୂର୍ବଭଳି ଆଧାର-ପାନ୍ ଲିଙ୍କର ମାଗଣା ସେବା । ଅର୍ଥାତ୍ ଆଧାରକାର୍ଡ ସହ ପାନକାର୍ଡ ଲିଙ୍କ କରିବା ପାଇଁ ହେଲେ ଏଣିକି ଏବାବଦକୁ ଟଙ୍କା ଦେବାକୁ ପଡିବ । କେତେ ଟଙ୍କା ଦେବାକୁ ପଡିବ ଆସନ୍ତୁ ଜାଣିବା ।
ପୂର୍ବରୁ ଅନେକଥର ଆଧାର ସହ ପାନ୍ ଲିଙ୍କ କରିବାକୁ ସମୟ ଉପରେ ସମୟ ଘୁଞ୍ଚାଇଆସିଛନ୍ତି ସରକାର । ମାଗଣାରେ ପାନ ସହ ଆଧାର ଲିଙ୍କ ସେବା ମଧ୍ୟ ଯୋଗାଇ ଆସିଛନ୍ତି । କିନ୍ତୁ ବର୍ତ୍ତମାନ ଆଧାର ସହ ପାନ୍ ଲିଙ୍କର ସମୟ ସୀମାକୁ ପୁଣି ଏକ ବର୍ଷ ପାଇଁ ଘୁଞ୍ଚାଇଥିଲେ ବି ମାଗଣା ସେବାକୁ ବନ୍ଦ କରିଦିଆଯାଇଛି । ଏଣିକି ଆଧାର ସହ ପାନକାର୍ଡ ଲିଙ୍କ କରିବା ପାଇଁ ଲୋକଙ୍କୁ ୫ଶହ ଟଙ୍କା ଦେବାକୁ ପଡିବ । ଜାରି କରାଯାଇଥିବା ନୂଆ ନିୟମ ଅନୁସାରେ ଏପ୍ରିଲ ମାସ ୧ତାରିଖରୁ ଜୁନ୍ ୩୦ ତାରିଖ ମଧ୍ୟରେ ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କ କରିଲେ ୫ଶହ ଟଙ୍କା ଦେବାକୁ ପଡିବ । ଜୁନ୍ ୩୦ ତାରିଖ ପରେ ଏହି ଶୁଳ୍କ ଦୁଇଗୁଣା ହୋଇଯିବ । ଅର୍ଥାତ୍ ୫ଶହ ଯାଗାରେ ୧ହଜାର ଟଙ୍କା ଦେବାକୁ ପଡିବ । ତେବେ ଏଠାରେ କହି ରଖୁଛୁ କି, ଆଧାର ସହ ପାନ୍ ଲିଙ୍କ ପାଇଁ ପୂର୍ବରୁ ୩ଥର ଡେଡଲାଇନକୁ ଘୁଞ୍ଚାଇସାରିଛନ୍ତି ସରକାର