ଘୁଞ୍ଚିଲା ଟିଡିଏସ୍ ଦାଖଲ ତାରିଖ । ‘ଫୋନି’ ପାଇଁ ଓଡିଶାରେ ଟିଡିଏସ୍ ଦାଖଲ ସମୟସୀମା ଘୁଞ୍ଚାଇଲା ସିବିଡିଟି ।

144

କନକ ବ୍ୟୁରୋ: ଓଡିଶା ପାଇଁ ଟିଡିଏସ ଦାଖଲର ସମୟସୀମା ବୃଦ୍ଧି କଲା ସିବିଡିଟି । ଗତ ମେ ୩ ତାରିଖରେ ଓଡିଶାରେ ହୋଇଥିବା ସାମୁଦ୍ରିକ ଝଡ ‘ଫୋନି’ ଯୋଗୁ ସାଧାରଣ ଜୀବନ ଗୁରୁତର ଭାବେ ଅସ୍ତବ୍ୟସ୍ତ ହୋଇପଡିଥିଲା ଏବଂ ଯୋଗାଯୋଗ ପ୍ରକ୍ରିୟା ବ୍ୟାହତ ହୋଇଥିଲା । ଏହା ଫଳରେ ଟିଡିଏସ ଡିଡକ୍ଟରମାନେ ମଧ୍ୟ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସିବିଡିଟି ଟିଡିଏସ ଅନୁପାଳନ ନୀତିକୁ କୋହଳ କରିଛି ।

୨୦୧୯ ଏପ୍ରିଲ ମାସ ପାଇଁ ଟିଡିଏସ ଦାଖଲ କରିବାର ତାରିଖ ମେ ୭ରୁ ମେ ୨୦କୁ ବୃଦ୍ଧି କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷର ଶେଷ କ୍ୱାର୍ଟର ଟିଡିଏସ ଷ୍ଟେଟମେଂଟ ପୁରଣ କରିବାର ତାରିଖକୁ ମେ ୩୧ରୁ ଜୁନ ୩୦କୁ ବୃଦ୍ଧି କରାଯାଇଛି । ଫର୍ମ ୧୬ ଓ ଫର୍ମ ୧୬(କ)ର ଟିଡିଏସ ପ୍ରମାଣପତ୍ର ପ୍ରଦାନ କରିବାର ତାରିଖକୁ ୨୦୧୯ ଜୁନ ୧୫ରୁ ଜୁଲାଇ ୧୫କୁ ବୃଦ୍ଧି କରାଯାଇଛି । ଏ ସଂକ୍ରାନ୍ତରେ ଅଧିକ ଜାଣିବାକୁ ହେଲେ ଆୟକର ଆଇନ, ୧୯୬୧ର ବିଭାଗ ୧୧୯ ଅଧୀନରେ ୨୪.୦୫ ୨୦୧୯ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ www.incometaxindia.gov.in ରେ ଉପଲବ୍ଧ ହୋଇଛି ।