କନକ ବ୍ୟୁରୋ : ଏବେ ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ଭୂତାଣୁର ଭୟ ବ୍ୟାପିଛି। ପ୍ରଥମେ ଆଫ୍ରିକା ପରେ ସ୍ବିଡେନ ଆଉ ଏବେ, ପଡୋଶୀ ଦେଶ ପାକିସ୍ତାନରେ ଘାତକ ମଙ୍କିପକ୍ସ ସଂକ୍ରମଣ ସାମ୍ନାକୁ ଆସିଛି । ଦୁବାଇରୁ ପାକିସ୍ତାନ ଫେରୁଥିବା ଯାତ୍ରୀଙ୍କ ଠାରେ ଦେଖାଦେଇଛି ଏହି ଭୂତାଣୁ । ଏଥିପାଇଁ ଏବେ ଭାରତ ପାଇଁ ମଧ୍ୟ ସତର୍କ ଘଣ୍ଟି ବଜିବା ଆରମ୍ଭ ହୋଇଛି। ତେବେ ଏହି ରୋଗ ଭାରତ ଉପରେ କି ପ୍ରଭାବ ପକାଇବ ସେନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।
ବ୍ୟାପୁଛି ଘାତକ ‘ମଙ୍କିପକ୍ସ’
‘ମଙ୍କିପକ୍ସ’ ଏପର୍ୟ୍ୟନ୍ତ ୭୦ଟି ଦେଶରେ ବ୍ୟାପି ସାରିଛି
ବିଶ୍ୱର ୧୫ଟି ଦେଶରେ ତାଜା ସଂକ୍ରମଣ ଦେଖାଦେଇଛି
ପରସ୍ପର ସହ ସଂସ୍ପର୍ଶରେ ଆସିବାପରେ ବ୍ୟାପୁଛି ‘ମଙ୍କିପକ୍ସ’
ଉଗାଣ୍ଡା, କଙ୍ଗୋ, ରୁଆଣ୍ଡା, କେନିଆ ଏବଂ ସ୍ବିଡେନରେ ବ୍ୟାପିଲାଣି
‘ମଙ୍କିପକ୍ସ’ ଭୂତାଣୁକୁ ନେଇ ଚିନ୍ତାପ୍ରକଟ କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ
ବିଶ୍ବରେ ଜନସ୍ବାସ୍ଥ୍ୟ ଜରୁରୀକାଳିନ ପରିସ୍ଥିତି ଘୋଷଣା
ଲୋକଙ୍କୁ ଏହି ‘ମଙ୍କିପକ୍ସ’ ପ୍ରତି ସତର୍କ ରହିବାକୁ କୁହାଯାଇଛି
ତେବେ ୨୦୨୨ ମସିହାରେ ଏହି ମହାମାରୀ ଆଫ୍ରିକାରୁ ଆରମ୍ଭ ହୋଇ ଆମେରିକା ଏବଂ ବ୍ରିଟେନ ଯାଏଁ ବ୍ୟାପି ଯାଇଥିଲା। ଏହି ରୋଗରେ ସଂକ୍ରମିତ ୨୭ହଜାର ଲୋକଙ୍କୁ ଚିହ୍ନଟ କରାଯାଇଛି । ୨୦୨୪ ମଧ୍ୟରେ ଏମପକ୍ସରେ ୧୦୦୦ ଲୋକ ପ୍ରାଣ ହରାଇଛନ୍ତି।