ଏହି ୫ ଟି ଗମ୍ଭୀର କାରଣ ଯୋଗୁଁ ହୋଇଥାଏ ଫୁସଫୁସ୍ କ୍ୟାନ୍ସର ! ସମୟ ଥାଉ ଥାଉ ଉପଚାର କରନ୍ତୁ ନଚେତ୍ ଅକାଳରେ ଚାଲିଯିବ ଜୀବନ ।

ଏହି ୫ ଟି ଗମ୍ଭୀର କାରଣ ଯୋଗୁଁ ହୋଇଥାଏ ଫୁସଫୁସ୍ କ୍ୟାନ୍ସର ! ସମୟ ଥାଉ ଥାଉ ଉପଚାର କରନ୍ତୁ ନଚେତ୍ ଅକାଳରେ ଚାଲିଯିବ ଜୀବନ ।

Lung Disease News

ଅନେକଙ୍କର ଧାରଣା ରହିଛି କି ଧୂମପାନ ଫଳରେ ଲଙ୍ଗ୍ସ କ୍ୟାନ୍ସର୍ ହୋଇଥାଏ। କିନ୍ତୁ ଯେଉଁମାନେ ଧୂମପାନ କରନ୍ତି ନାହିଁ ତାଙ୍କୁ ମଧ୍ୟ ଏହି କ୍ୟାନସର୍ ହୋଇପାରେ। ଏହି ରୋଗ ହେବାର ଅନେକ କାରଣ ରହିବା ସହ ଏହା ଏକ ବିପଦପୂର୍ଣ୍ଣ ରୋଗ ଅଟେ।

ଆଜବେଷ୍ଟସ୍ ଫାଇବର୍: ଏହି ଫାଇବର ଘର ବା ଦୋକାନର ଛାତ ପାଇଁ ବ୍ୟବହାର ହୋଇଥାଏ। ଏଥିରେ ଥିବା କ୍ୟାମିକାଲ୍ ନିଶ୍ୱାସ ଯୋଗେଁ ଫୁସଫୁସକୁ ପହଞ୍ଚଥାଏ ଓ କ୍ୟାନସରର ସମସ୍ୟା ସୃଷ୍ଟି କରିପାରେ।

publive-image

କାରଖାନାରେ କାମ କରୁଥିବା ବ୍ୟକ୍ତି: କୋଇଲା, ଆର୍ସେନିକ୍ ବା ଖବରକାଗଜ ପ୍ରିଣ୍ଟିଙ୍ଗର କାର‌୍ୟ୍ୟ କରାଯାଉଥିବା କାରଖାନା ଗୁଡ଼ାକର କର୍ମଚାରୀଙ୍କୁ ଲଙ୍ଗସ କ୍ୟାନସର ହେବାର ଆଶଙ୍କା ଅଧିକ ରହିଥାଏ।

ଲଙ୍ଗ୍ ଫାଇବ୍ରୋସିସ୍: ଯେଉଁମାନଙ୍କର ଲଙ୍ଗ୍ ଫାଇବ୍ରୋସିସର ସମସ୍ୟା ରହିଛି ସେମାନଙ୍କୁ ଲଙ୍ଗ୍ କ୍ୟାନସରର ସମ୍ଭାବନା ବଢ଼ିପାରେ।

publive-image

କ୍ରୋନିକ୍ ବ୍ରାକ୍ନାଇଟିସ୍: ଯେଉଁମାନଙ୍କୁ କ୍ରୋନିକ୍ ବ୍ରାକ୍ନାଇଟିସର ସମସ୍ୟା ଅଛି ସେମାନଙ୍କୁ ଲଙ୍ଗ୍ କ୍ୟାନସର୍ ହେବାର ଆଶଙ୍କା ରହିଥାଏ।

ଜେନେଟିକ୍: ଯଦି ପରିବାରରେ ମା-ବାପାଙ୍କୁ ଲଙ୍ଗ୍ କ୍ୟାନସରର ସମସ୍ୟା ରହିଛି ତା’ହେଲେ ଜେନେଟିକ୍ କାରଣରୁ ଛୁଆମାନଙ୍କୁ ମଧ୍ୟ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe