ବାତ୍ୟା ଆସିବା ଆଗରୁ ଚାଷୀ ମନରେ ଛନକା: ନଷ୍ଟ ହେବା ଆଶଙ୍କାରେ କୋବି ଗୋଟାକୁ ୩ ଟଙ୍କାରେ ବିକି ଦେଲେ ପିପିଲି ଚାଷୀ

456

କନକ ବ୍ୟୁରୋ: ଶାଗ ମାଛ ଦରରେ କୋବି ବିକ୍ରି କରୁଛନ୍ତି ପିପିଲି ସଟସ ଅଂଚଳର ଚାଷୀ । କାଳେ ବାତ୍ୟା ଯୱାଦ ଫସଲ ଚାଷକୁ ନଷ୍ଟ କରିଦେବ ସେହି ଚିନ୍ତାରେ ଆତଙ୍କିତ ଚାଷୀ କୂଳ । ପିପିଲି ଦାଣ୍ଡମୁକୁନ୍ଦପୁର ସଟସ ଅଂଚଳର କୋବି ଚାଷୀ ଏବେ ଚିନ୍ତାରେ ପଡ଼ଇଛନ୍ତି । ବିଲ ମୁଣ୍ଡରେ କୋବିକୁ କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ପରିସ୍ଥିତି ଏଭଳି ହୋଇଛି ଯେ, କୋବି କାଟି ଗୋଟାକୁ ୩ ଟଙ୍କା ଦରରେ ବିକ୍ରୀ କରିଛନ୍ତି ଚାଷୀ ।

ବାତ୍ୟା ଜୱାଦ ପୁରୀ ନିକଟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ପରେ ସତର୍କ ହୋଇଛନ୍ତି ମତ୍ସ୍ୟଜୀବୀ । ଅସ୍ତରଙ୍ଗରେ ଅଧାବାଟରୁ ଫେରିଆସିଛନ୍ତି ମତ୍ସ୍ୟଜୀବୀ । ପୁରୀରେ ମତ୍ସ୍ୟଜୀବୀଙ୍କୁ ମାଇକ ଯୋଗେ ପ୍ରଚାର କରାଯାଉଛି । ବାତ୍ୟାରୁ ବର୍ତିବା ପାଇଁ ଚିଲିକାରୁ ଜାଲ ଓ ଡଙ୍ଗାକୁ ସୁରକ୍ଷିତ ସ୍ଥାନକୁ ନେଇଆସିଛନ୍ତି ମତ୍ସ୍ୟଜୀବୀ ।

ବିଲ ମଝିରେ ଚାଲିଛି ସଂକୀର୍ତନ ଓ ପୂଜାର୍ଚ୍ଚନା । ଆଉ କିଛି ଦିନ ପରେ ପାଚିଲା ଧାନକୁ ଅମଳ କରିଥାନ୍ତା ଚାଷୀ । ବିଲ ଭିଚରେ ପଡିଛି ପାଚିଲା ଧାନ । ଏହି ସମୟରେ ବାତ୍ୟା ଦୂରେଇ ଯାଉ ଓ ଧାନଫସଲ ନଷ୍ଟ ନହେଉ ବୋଲି ପ୍ରାର୍ଥନା କରି ଚାଲିଛି ପୂଜାର୍ଚ୍ଚନା ।

ସେପଟେ ବର୍ଷା ଭୟରେ ଚାଷୀ ଧାନକୁ ସାଇତି ରଖୁଛନ୍ତି । ଭଂଜନଗର କୃଷି ଜିଲ୍ଲାରେ ଧାନ ପଂସଲକୁ ସୁରକ୍ଷିତ ରଖିବା ପାଇଁ ଧାନ ବିଲରେ ଚାଷିମାନେ ଫସଲକୁ ସାଇତି ରଖିବାକୁ ବିଭିନ୍ନ ଉପାୟରେ ସଂର୍ଘଷ ଜାରିରଖିଛନ୍ତି । କାମାକ୍ଷାନଗରରେ ମଧ୍ୟରେ ସେହି ଏକାଚିତ୍ର ଦେଖିବାକୁ ମିଳିଛି । ଚାଷୀମାନେ ଧାନ କାଟିଆଣି ନିଜ ବାଡିରେ ସାଇତି ରଖୁଛନ୍ତି ।