ଘୋର ଚିନ୍ତାରେ ଫୁଲକୋବି ଚାଷୀ । କୋବି ଗୋଟାକୁ ମାତ୍ର ୨ ଟଙ୍କା । ବିଲରେ ପଡି ନଷ୍ଟ ହେଉଛି ଫସଲ ।

77

କନକ ବ୍ୟୁରୋ: ଫୁଲକୋବି ଗୋଟାକୁ ୨ଟଙ୍କାଫୁଲ କୋବିର ଅଭାବୀ ବିକ୍ରି । ଯେଉଁ ଫୁଲକୋବି ଦୁଇ ସପ୍ତାହ ତଳେ ଗୋଟାକୁ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଫୁଲକୋବି ଗୋଟାକୁ ୨ରୁ ୩ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ । ତଥାପି କିଣିବାକୁ କେହି ଆସୁନଥିବାରୁ ଚାଷୀ ଅମଳ ନକରି କୋବିକୁ ସେମିତି ବିଲରେ ଛାଡି ଦେଇଛି । ବିଲରେ ପଡି ପଡି ଫୁଲକୋବି ନଷ୍ଟ ହେଉଛି । କଟକ ଜିଲ୍ଲା ନିଆଳି ବ୍ଲକ ବେରୁଆଁ ପଞ୍ଚାୟତର କୋବି ଚାଷୀ ଏବେ ଅଭାବୀ ବିକ୍ରିକୁ ନେଇ ବିଲରେ କାନ୍ଦୁଛନ୍ତି । ଶହ ଶହ ହେକ୍ଟର ଜମିରେ ଫୋଲକୋବି କରିଛନ୍ତି ଚାଷୀ । ବଜାରରେ ଫୁଲକୋବିର ଚାହିଦା ନଥିବାରୁ ବିକ୍ରିବଟା ହୋଇନପାରି ବିଲରେ ଗଡୁଛି ।