କନକ ବ୍ୟୁରୋ : ସମ୍ବଲପୁର ଯୁଜୁମରାରେ ଆତଙ୍କ ଖେଳାଇଥିବା ଦନ୍ତାହାତୀ 'ଡନ'ର ଚିତ୍ର କ୍ୟାମେରାରେ କଏଦ ହୋଇଛି । ପୂର୍ବଭଳି ଦନ୍ତା ହାତୀଟି ମୁଣ୍ଢେର ଅଂଚଳରେ ଆତଙ୍କ ଖେଳାଇଛି । ଗତକାଲି ଗାଁ ଭିତରକୁ ପଶିଆସି ୩ରୁ ୪ଟି ଘର ଭାଙ୍ଗି ପକାଇଛି ଉପଦ୍ରବକାରୀ ଦନ୍ତା ହାତୀ । ତେବେ ଏକ କ୍ରସର ଭିତରେ ପଶି ଭଙ୍ଗାରୁଜା କରୁଥିବା ବେଳେ ହନ୍ତାଟିକୁ ଘଉଡାଇଥିଲେ ସ୍ଥାନୀୟ ଲୋକେ । ଏହି ସମୟରେ ଦନ୍ତା ହାତୀଟିକ ଭିଡିଓ କ୍ୟାମେରାରେ କଏଦ ହୋଇଛି ।

Advertisment

ଖାଦ୍ୟ ଅଭାବରୁ ଜଙ୍ଗଲି ହାତୀଟି ବାରମ୍ବାର ଗାଁ ଭିତରକୁ ପଶିଆସି ଲୋକଙ୍କ ଘରେ ସାଇତା ଧାନ ଖାଇଯାଉଥିବାବେଳେ ବନ ବିଭାଗ ନିରୁପାୟ ହୋଇ ବସି ରହିଛି । ତେବେ ଆତଙ୍କିତ ହୋଇ ପଡିଥିବା ଲୋକେ ନିଜ ସାଇତା ଖାଦ୍ୟକୁ ସୁରକ୍ଷା ଦେବା ପାଇଁ ଜୀବନ ବିକଳରେ ନିଆଁ ଜଳାଇ କିମ୍ବା ଅନ୍ୟ ଉପାୟରେ ରାତିରେ ଦନ୍ତାକୁ ଘଉଡାଇବାକୁ ପ୍ରୟାସ କରୁଛନ୍ତି ।