ଠାକରୁଙ୍କୁ ବି ଛାଡୁ ନାହାନ୍ତି ଲୁଟେରା : ଦାନବାକ୍ସ ତାଡ଼ି ନେଲେ ଦୁବୃର୍ତ୍ତ

ସେପଟେ ସୋର ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରୁ ଆସିଲା ଲୁଟର ଲାଇଭ ଭିଜୁଆଲ; ସିସିଟିଭିରେ କଏଦ ହୋଇଛି ୬ ଲୁଟେରାଙ୍କ ଟିକ୍ନିଖ୍ କାରନାମା

64

କନକ ବ୍ୟୁରୋ : ଠାକରୁଙ୍କୁ ବି ଛାଡୁ ନାହାନ୍ତି ଲୁଟେରା । ଖୋର୍ଦ୍ଧା ଓ ଏହା ଆଖପାଖ ଅଂଚଳରେ ବଢିଚାଲିଛି ଲୁଟେରାଙ୍କ ଦୌରାତ୍ମ୍ୟ । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଆଦର୍ଶ ଥାନା ଉଇଲକିନସନ ନଗରରେ ଥିବା ଅଁଳେଇ ମନ୍ଦିରରୁ ଲୁଟ କରିଛନ୍ତି ଦୁବୃର୍ତ୍ତ । ଠାକୁରାଣୀଙ୍କ ଦାନ ବାକ୍ସ ସହ ଗହଣା, ଘଣ୍ଟ, ଘଣ୍ଟା ଓ ଲୁଗାପଟା ମଧ୍ୟ ଲୁଟି ନେଇଥିବା ଅଭିଯୋଗ ହୋଇଛି । ତେବେ ଦାନବାକ୍ସରେ ପ୍ରାୟ ୨ ବର୍ଷର ଦାନଟଙ୍କା ଥିବା ସୂଚନା ଦେଇଛନ୍ତି ପୂଜକ ।

ସେପଟେ, ସାମ୍ନାକୁ ଆସିଲା ଲୁଟର ଲାଇଭ ଭିଡିଓ । ୬ ଜଣ ଲୁଟେରା କିଭଳି ଏକ ବ୍ୟାଙ୍କର ପଶି ଲୁଟପାଟ କରୁଛନ୍ତି, ତାର ଲାଇଭ ଚିତ୍ର ଦେଖିବାକୁ ମିଳିଛି । ସିସିଟିଭିରେ କଏଦ ହୋଇଛି ପୁରା ଘଟଣା । ଗତ ୨୧ ତାରିଖର ଏହି ଦୃଶ୍ୟ । ବାଲେଶ୍ୱର ଜିଲ୍ଲା ସୋର ଥାନା ମାଣିପୁର ବଜାରରେ ଥିବା ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରୁ ଲୁଟ କରୁଛନ୍ତି ଦୁବୃର୍ତ୍ତ । ଗ୍ୟାସ କଟରରେ ତାଲା କାଟି ଭିତରକୁ ପଶିବା ପରେ ଲୁଟି ନେଉଛନ୍ତି ଟଙ୍କା ଓ ସୁନା । ତେବେ କେତେଟଙ୍କା ଲୁଟ ହୋଇଛି ଜଣାପଡିନଥିବାବେଳେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ଛାନଭିନ ଆରମ୍ଭ କରିଛି । ଗୋଟିଏ ବର୍ଷ ଭିତରେ ୪ଥର ବ୍ୟାଙ୍କ ଲୁଟ ହୋଇଥିବାରୁ ସୁର କ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।