କନକ ବ୍ୟୁରୋ : ଅନଲାଇନ୍ ଲୋନ୍ ଆପ୍ ଠକେଇ ନେଉଛି ଜୀବନ । ଏହାରି ଭିତରେ ପାଖାପାଖି ୬୦ ଜଣଙ୍କ ଜୀବନ ଗଲାଣି । ବିବିସି ପକ୍ଷରୁ ଏହି ଲୋନ ଆପ୍ ଦୁର୍ନୀତି ସମ୍ପର୍କରେ ଏକ ଅନୁସଦ୍ଧାନଧର୍ମୀ ରିପୋର୍ଟ ପ୍ରକାଶ କରାଯାଇଛି । ଏହି ଦୁର୍ନୀତିର ନାଁ ହେଉଛି- ଇନଷ୍ଟାଣ୍ଡ ଲୋନ୍ ଆପ୍ ସ୍କାମ୍ । ଅର୍ଥାତ୍ ସହଜରେ ଅନ୍ଲାଇନ ଜରିଆରେ ମିଳିଯାଉଥିବା ଋଣ ଦୁର୍ନୀତି । ଏହି ଦୁର୍ନୀତିର ଖୁଲାସା ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ ଭୂମୀ ସିହ୍ନା ନାମକ ଜଣେ ମହିଳାଙ୍କ କାହାଣୀ ସାମ୍ନାକୁ ଆସିଛି ।

Advertisment

ଭୂମୀ ଅନଲାଇନ୍ ଆପ୍ ଜରିଆରେ ୪୭ ହଜାର ଟଙ୍କା ଲୋନ୍ ପାଇଁ ଆବେଦନ କରିଥିଲେ । ଲୋନ୍ ଆବେଦନ କରିବାର କିଛି ସମୟ ପରେ ତାଙ୍କ ପାଖକୁ ଟଙ୍କା ଆସିଯାଇଥିଲା । ଲୋନ୍ ନେବାର କିଛି ଦିନ ପରେ ଲୋନର କିସ୍ତି ପାଇଁ ଫୋନ୍ ଆସିଥିଲା । ଟଙ୍କା ତୁରନ୍ତ ପଇଠ ନକଲେ ତାଙ୍କୁ ବିଭିନ୍ନ ଧମକ ଦିଆଯାଇଥିଲା । ଗୋଟିଏ ଲୋନ୍ ପରିଶୋଧ କରିବାକୁ ସେ ଆଉ ଗୋଟିଏ ଲୋନ୍ କରିଥିଲେ । ଆଉ ସେମାନଙ୍କ ଜାଲରେ ପଡ଼ିିଯାଇଥିଲେ । ପରବର୍ତ୍ତୀ ସମୟରେ ଜଣେ ନଗ୍ନ ତାରକାଙ୍କ ସହ ଭୂମୀ ଅସଞ୍ଜତ ଅବସ୍ଥାରେ ଥିବା ଫଟୋ ତାଙ୍କ ମାତାପିତାଙ୍କୁ ପଠଯାଇଥିଲା । ଯାହା ପରେ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲେ ତାଙ୍କ ମାତାପିତା ।

ହେଲେ ଝିଅର ମୁହଁଚାହିଁ ରହିଯାଇଥିଲେ । ତାଙ୍କ ଝିଅକୁ ବେଶ୍ୟାଳୟରେ ବିକ୍ରି କରି ଟଙ୍କା ଦେବାକୁ ମଧ୍ୟ ଠକ କଂପାନୀର ସଦସ୍ୟମାନେ ଦାବି କରିଥିଲେ । ବିବିସିର ଏହି ରିପୋର୍ଟ ଅନୁସାରେ- ଗତ ୩ ବର୍ଷ ଭିତରେ ଭାରତରେ ୬୦ ଜଣ ଲୋକ ଏହି ଲୋନ୍ ସ୍କାମ ପାଇଁ ମୃତ୍ୟୁବରଣ କରିଛନ୍ତି । ସେହିପରି ଭୁବନେଶ୍ୱରର ଜଣେ ଯୁବକ ମଧ୍ୟ ଏଭଳି ଠକେଇର ଶିକାର ହୋଇଛନ୍ତି । କେମିତି ହୁଏ ଏହି ଦୁର୍ନୀତି, ଭୁବନେଶ୍ୱରର ଯୁବକ କହିଛନ୍ତି ପୂରା କାହାଣୀ ।