ଅଣ୍ଡା ଆମିଷ ନା ନିରାମିଷ ? ଆପଣ ଜାଣିଛନ୍ତି କି ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ ଅଣ୍ଡା କେଉଁ ଶ୍ରେଣୀରେ ଯାଏ । ଜାଣିବା ପାଇଁ ଖବର ଉପରେ ନଜର ପକାନ୍ତୁ ।

39

ପ୍ରଥମେ ଅଣ୍ଡା ନା କୁକୁଡା, ଅଣ୍ଡା ଆମିଷ କି ନିରାମିଷ ? ଦୁନିଆରେ ଏମିତି ଅନେକ ପ୍ରଶ୍ନ ଘୁରି ବୁଲୁଛି। ଯାହାର ଜବାବ ଏଯାବତ୍ ମିଳିନାହିଁ। ଏହାକୁ ନେଇ ବିଭିନ୍ନ ପ୍ରକାର ବିଚାର ଶୁଣିବାକୁ ମିଳେ। ତେବେ ବୈଜ୍ଞାନିକମାନେ ଏହାର ଉତ୍ତର ଖୋଜି ବାହାର କରି ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି। ଶାକାହାରି ଲୋକମାନେ ଅଣ୍ଡାକୁ ଆମିଷ ବୋଲି କହି ଖାଇ ନଥାଆନ୍ତି। ସେମାନଙ୍କ ତର୍କ ହେଉଛି, କୁକୁଡା ଅଣ୍ଡା ଦେଇଥାଏ। ଏଥିପାଇଁ କୁକୁଡା ଆମିଷାଶୀ ହେବା ହେତୁ ଅଣ୍ଡା ବି ଆମିଷ ବୋଲି ଧରାଯାଇଥାଏ। କିନ୍ତୁ ବିଜ୍ଞାନ ଅନୁଯାୟୀ, ଦୁଗ୍ଧ ବି ତ ପଶୁଙ୍କ ଠାରୁ ଆସୁଛି। ତେବେ ତାହା କିପରି ଶାକାହାରୀ ଖାଦ୍ୟରେ ଯାଉଛି?ଅନେକ ଲୋକଙ୍କ ଧାରଣା ଥାଏ କି ଅଣ୍ଡାରୁ କୁକୁଡା ଛୁଆ ଜନ୍ମ ନେଉଥିବାରୁ ଏହା ଆମିଷ। କିନ୍ତୁ ଆମେ ଜଣାଇ ଦେବାକୁ ଚାହୁଁଛୁ ବଜାରରେ ବିକ୍ରି ହେଉଥିବା ଅଣ୍ଡାରୁ ଅଧିକାଂଶ ଅଣ୍ଡା ଅନଫର୍ଟିଲାଇଜଡ୍ ହୋଇଥାଏ। ଏହାର ଅର୍ଥ ଏହି ଅଣ୍ଡାରୁ କେବେ କୁକୁଡା ଛୁଆ ଜନ୍ମ ନେଇ ପାରିବେ ନାହିଁ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଅଣ୍ଡା ନିରାମିଷ ଖାଦ୍ୟ ହୋଇଥାଏ। ଅଣ୍ଡାରେ ତିନିଟି ଲେୟାର ହୋଇଥାଏ ।ପ୍ରଥମଟି ଚୋପା, ଦ୍ୱିତୀୟ ଅଣ୍ଡାର ଧଳା ଅଂଶ ଓ ତୃତୀୟରେ ହଳଦିଆ ଅଂଶ ରହିଥାଏ। ଅଣ୍ଡାକୁ ନେଇ କରାଯାଇଥିବା ଗବେଷଣା ମୁତାବକ, ଅଣ୍ଡାର ଧଳା ଅଂଶରେ କେବଳ ପ୍ରୋଟିନ୍ ରହିଥାଏ। ଏଥିରେ ପଶୁଙ୍କ କୌଣସି ଅଂଶ ସାମିଲ ନଥାଏ। ଏଥିପାଇଁ ଅଣ୍ଡାର ଧଳା ଅଂଶ ନିରାମିଷ ହୋଇଥାଏ। ସେହିପରି ଅଣ୍ଡାର ହଳଦିଆ ଅଂଶରେ କୋଲେଷ୍ଟ୍ରୋଲ ଓ ଫ୍ୟାଟ୍ ସାମିଲ ରହିଥାଏ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.