ରେଲୱେ ଷ୍ଟେସନରେ ଦେଖା ଯାଉଥିବା ବିଭିନ୍ନ ବିଭାଗ ଜଙ୍କସନ୍ ,ଟର୍ମିନସ୍ ଏବଂ ସେଣ୍ଟ୍ରାଲ ଅସଲରେ କ’ଣ ହୋଇଥାଏ? ଜାଣିବା ପାଇଁ ପଢନ୍ତୁ ପୁରା ଖବର । 

70
ଭାରତର ରେଲୱେ ନେଟୱାର୍କ ଖୁବ୍ ବଡ । ଦୁନିଆର ଚତୁର୍ଥ ସ୍ଥାନରେ ଯାହାର ସ୍ଥିତି । ଆମେରିକା,ଋଷିଆ,ଚୀନ୍ ପରେ ଭାରତ ହିଁ ଲମ୍ବା ରେଳ ଲାଇନ୍ ବିଛାଇବାରେ ସକ୍ଷମ ହୋଇଛି । ଆପଣ ଅନେକ ସ୍ଥାନରେ ଦେଖୁଥିବେ ରେଲୱେ ଷ୍ଟେସନରେ ସ୍ଥାନ ନାମ ବଦଳରେ ଜଙ୍କସନ୍ ,ଟର୍ମିନସ୍ ବା ଟର୍ମିନାଲ୍ ଏବଂ ସେଣ୍ଟ୍ରାଲ ଲେଖା ହୋଇଥାଏ । ଅସଲରେ ଏହା କେଉଁ ପ୍ରକାର କୋଡ? ଆସନ୍ତୁ ଏହା ଉପରେ ଅଧିକ ନଜର ପକାଇବା । ଟର୍ମିନସ୍ ବା ଟର୍ମିନାଲ୍ : ଏହି ଷ୍ଟେସନ ଆଗକୁ ରାସ୍ତା ନଥାଏ । କହିବାକୁ ଗଲେ ରାସ୍ତାର ଦି ଏଣ୍ଡ । ଏହି ସ୍ଥାନରୁ ଟ୍ରେନ୍ କେବଳ ଗୋଟିଏ ଦିଗରେ ଯାଇଥାଏ ।  ଅର୍ଥାତ୍ ଯେଉଁଠାରୁ ଟ୍ରେନ୍ ଆସିଥାଏ ସେଠାକୁ ହିଁ ଫେରିଯାଏ । ଭାରତରେ ୧୭ ଟି ଟର୍ମିନାଲ୍ ଷ୍ଟେସନ ରହିଛି । ଛତ୍ରପତି ଶିବାଜୀ ଟର୍ମିନାଲ୍ ଏବଂ ଲୋକମାନ୍ୟ ତିଲକ ଟର୍ମିନାଲ୍ ଭାରତର ଦୁଇଟି ବଡ ଟର୍ମିନାଲ୍ ।
ଭାରତର କିଛିି ପ୍ରମୁଖ ଟର୍ମିନାଲ୍ :
• ବାନ୍ଦ୍ରା ଟର୍ମିନାଲ୍
• ହାଓଡା ଟର୍ମିନାଲ୍
• ଭାବନଗର ଟର୍ମିନାଲ୍
• କୋଚିନ ହାର୍ବର ଟର୍ମିନାଲ୍ସେଣ୍ଟ୍ରାଲ୍ : ସେଣ୍ଟ୍ରାଲ ନାମରେ ଜଣାଯାଉଥିବା ଷ୍ଟେସନ ଉକ୍ତ ସ୍ଥାନର ମହତ୍ତ୍ୱପୂର୍ଣ୍ଣ ଏବଂ ପୁରାତନ ଷ୍ଟେସନ ଅଟେ । ଯେକୌଣସି ସହରର ସେଣ୍ଟ୍ରାଲ ଷ୍ଟେସନ ଅନ୍ୟ ଷ୍ଟେସନମାନଙ୍କ ଠାରୁ ଅଧିକ ଗହଳଚହଳ ଥାଏ । ଏଠାରେ ଅଧିକ ସଂଖ୍ୟକ ଟ୍ରେନ୍ ଅଟକି ରହିଥାଏ । ଏହା ଅର୍ଥ ଏୟା ନୁହଁ ଯେ ଗୋଟିଏ ସହରରେ କେତେକ ଷ୍ଟେସନ ଥିଲେ ସେଠାରେ ସେଣ୍ଟ୍ରାଲ ଷ୍ଟେସନ ମଧ୍ୟ ରହିଥିବ । ଭାରତର ରାଜଧାନୀ ଦିଲ୍ଲୀରେ ମଧ୍ୟ ସେଣ୍ଟ୍ରାଲ୍ ଷ୍ଟେସନର ଅବସ୍ଥିତି ନାହିଁ । ଭାରତରେ ୫ ଗୋଟି ସେଣ୍ଟ୍ରାଲ ଷ୍ଟେସନ ରହିଅଛି ଯାହାର ନାମ ନିମ୍ନରେ ଦିଆଯାଇଛି ।
• ମୁମ୍ବାଇ ସେଣ୍ଟ୍ରାଲ
• ଚେନ୍ନାଇ ସେଣ୍ଟ୍ରାଲ
• ତ୍ରିବେନ୍ଦ୍ରମ ସେଣ୍ଟ୍ରାଲ
• ମାଙ୍ଗାଲୋର ସେଣ୍ଟ୍ରାଲ
• କାନପୁର ସେଣ୍ଟ୍ରାଲଜଙ୍କସନ୍ : ଜଙ୍କସନ୍ ସେହି ଷ୍ଟେସନ ଅଟେ ଯେଉଁଠାରେ ଯିବା ଆସିବା କରିବା ପାଇଁ ତିନୋଟି ରୁଟ୍ ଥାଏ । ସରଳ ଭାଷାରେ କହିଲେ ଏହି ଷ୍ଟେସନରେ ତିନୋଟି ରୁଟରୁ ଟ୍ରେନ୍ ଆସିବା ସହ ତିନୋଟି ଅଲଗା ରୁଟରେ ମଧ୍ୟ ଯାଇଥାଏ । କେବଳ ତିନି ନୁହଁ ତିନିରୁ ଅଧିକ ରେଳୱେ ରୁଟର ସଙ୍ଗମସ୍ଥଳୀକୁ ଜଙ୍କସନ୍ କୁହାଯାଏ । ଭାରତରେ ୩୦୦ରୁ ଅଧିକ ଜଙ୍କସନ୍ ରହିଅଛି । ଭାରତର ମଥୁରା ଜଙ୍କସନ୍ ହେଉଛି ସବୁଠାରୁ ବଡ ଜଙ୍କସନ୍ । ଏଠାରୁ ୭ ଟି ରୁଟ୍ ବାହାରିଥିବା ବେଳେ,ସେଲମରୁ ୬ ଏବଂ ବିଜୟୱାଡାରୁ ୫ ଟି ରୁଟ୍ ବାହାରିଛି ।
ଷ୍ଟେସନ : ଉପରୋକ୍ତ ତିନୋଟି ରେଳବାଇ ରୁଟ୍ ବିଭାଗରେ ଯାହା ଫିଟ୍ ହୋଇନପାରିଲା ତାହାକୁ ଆପଣ ଷ୍ଟେସନ କହିପାରିବେ । ଏଠାରେ ଟ୍ରେନ୍ ଖୁବ୍ କମ୍ ସମୟ ରହି ଯାତ୍ରୀଙ୍କ ସବାରି ନେଇ ଗନ୍ତବ୍ୟସ୍ଥଳକୁ ଚାଲିଯାଏ । ଭାରତରେ ୮୦୦୦ରୁ ଅଧିକ ଷ୍ଟେସନ ରହିଅଛି ।