କନକ ବ୍ୟୁରୋ:  କଥାଟା ଅବିଶ୍ୱାସ ଲାଗୁଥିଲେ ବି ବିଲକୁଲ ସତ । ଏ ବିଲେଇ ହେଉଛି ଆମେରିକାର ପପୁଲାର ସିଙ୍ଗର୍ ଟେଲର ସ୍ୱିଫ୍ଟଙ୍କ ପୋଷା ବିଲେଇ । ଗ୍ରାମୀ ଆୱାର୍ଡ ବିଜୟିନୀ ସବୁବେଳେ କିଛି ନା କିଛି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । ଏଥର ନିଜର ପୋଷା ବିଲେଇକୁ ନେଇ ଚର୍ଚ୍ଚିତ ହୋଇଛନ୍ତି ଟେଲର ସ୍ୱିଫ୍ଟ । ତାଙ୍କ ବିଲେଇ ଓଲିଭିଆ ୱେନ୍ସନ ଏବେ ତାଙ୍କ ଭଳି ପୁରା ପପୁଲାର ହୋଇଛନ୍ତି । ଏହାର କାରଣ ହେଉଛି ବିଲେଇ ନାଁରେ ଥିବା ସମ୍ପତ୍ତି । ବିଲେଇ ଓଲିଭିୟା ଦୁନିଆଁର ସବୁଠୁ ଧନୀ ପାଳିତ ପଶୁଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ଓଲିଭିୟାର ସମ୍ପତ୍ତି କୌଣସି ବଲିଉଡ ଆକ୍ଟରଙ୍କ ନେଟ୍ ଓର୍ଥ ଠାରୁ କମ୍ ନୁହେଁ ।

Advertisment

ସିଙ୍ଗର ଟେଲର ସ୍ୱିଫ୍ଟଙ୍କ ପାଖରେ ଓଲିଭିୟା ୨୦୧୪ଠାରୁ ରହିଛି । ଯଦିଓ ଟେଲରଙ୍କ ପାଖରେ ଆଉ ଦୁଇଟି ବିଲେଇ ମେରେଡିଥ୍ ଓ ବେଞ୍ଜାମିନ୍ ଅଛନ୍ତି ହେଲେ ଓଲିଭିଆ ଟେଲରଙ୍କର ସବୁଠୁ ପ୍ରିୟ । ଦୁନିଆର ସବୁଠୁ ଧନୀ ପାଳିତ ପଶୁ ଭାବେ ସଲିଭିଆର ନାଁ ଅଛି । ଫୋର୍ବସ୍ ୨୦୨୨ ରିପୋର୍ଟ ଅନୁସାରେ , ସିଙ୍ଗର ଟେଲର ସ୍ୱିଫ୍ଟଙ୍କର ନେଟ୍ ଓର୍ଥ ହେଉଛି ପାଖାପାଖି ୪୭୦୦ କୋଟି । ଏଥିରୁ ୮୦୦ କୋଟିର ମାଲିକାଣୀ ହେଉଛି ବିଲେଇ ଓଲିଭିଆ ।

ଜଣେ ପପୁଲାର ସିଙ୍ଗର ବ୍ୟତୀତ ଟେଲର ସ୍ୱିଫ୍ଟ ଜଣେ ଆଗଧାଡିର ୟୁଟ୍ୟୁବର । ନିଜର ସବୁ ବ୍ଲଗ ହେଉ ବା ଗୀତ ଅଧିକାଂଶରେ ଓଲିଭିଆକୁ ଦେଖିବାକୁ ମିଳେ । କିଛି କମର୍ସିଆଲ ରେ ମଧ୍ୟ ଓଲିଭିଆକୁ ଦେଖିବାକୁ ମିଳୁଛି । ବ୍ଲାକ୍ ସ୍ପେଶ୍ ଭଳି ସିଙ୍ଗରଙ୍କ ମ୍ୟୁଜିକରେ ମଧ୍ୟ ଓଲିଭିଆକୁ ଦେଖିବାକୁ ମିଳିଛି । ଓଲିଭିଆ ସୋସିଆଲ ମିଡିଆରେ ବେଶ୍ ପପୁଲାର । ତେଣୁ ଓଲିଭିଆ ନାଁରେ ଅନେକ ଫ୍ୟାନ ପେଜ୍ ମଧ୍ୟ ସୋସିଆଲ ମିଡିଆରେ ଉପଲବ୍ଧ ରହିଛି ।
ଓଲିଭିଆ ଧନୀ ବିଲେଇ ହୋଇଥିବାବେଳେ ବିଶ୍ୱର ସବୁଠୁ ବୟସ୍କ ବିଲେଇ ଭାବେ ନାଁ କରିଛି ଇଂଲଣ୍ଡର ଫ୍ଲେସି ।ନଭେମ୍ବର ୧୦ ତାରିଖରେ ଫ୍ଲାସି ବିଶ୍ୱର ସବୁଠୁ ବୟସ୍କ ବିଲେଇ ଭାବେ ଗିିନିଜ୍ ୱାର୍ଲ୍ଡ ରିକର୍ଡ କରିବା ସହ ୨୭ ବର୍ଷରେ ପହଞ୍ଚିଛି । ଏହି ବିଲେଇଟିକୁ ପାଳିଥିବା ୩ଜଣ ମାଲିକଙ୍କର ପରଲୋକ ହୋଇସାରିଥିବାବେଳେ ଫ୍ଲେସି କିନ୍ତୁ ଏଯାଏଁ ବଞ୍ଚିଛି ।