ବିରାଡି ପ୍ରେମରେ ଅନ୍ଧ ଯୁବକ ! ମା’ ବିରାଡି ପୋଷିବାକୁ ମନା କରିବାରୁ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ ।

Advertisment
ବିରାଡି ପ୍ରେମରେ ଅନ୍ଧ ଯୁବକ ! ମା’ ବିରାଡି ପୋଷିବାକୁ ମନା କରିବାରୁ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ ।

source :Cats of Persia

ଜଣେ ୨୨ ବର୍ଷିୟ ଯୁବକଙ୍କ ବିରାଡ଼ି ପ୍ରେମ ଏବଂ ଘରେ ବିଲେଇ ପାଳିବାକୁ ମାଆଙ୍କର ବାରଣ ଯୋଗୁଁ ଦକ୍ଷିଣ ମୁମ୍ବାଇର ଜଣେ ଯୁବକ ପୋଲରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ମର୍ଚ୍ଚାଣ୍ଟ୍ ନେଭିରେ କାମ କରୁଥିବା ମୌଲବିକ ସୌଣ୍ଡଲକର୍ ୬୦୦୦ ଟଙ୍କା ବିନିମୟରେ ଗୋଟାଏ ପର୍ସିଆ ମାଈ ବିରାଡ଼ି କିଣି ଚିର ବଜାର ଅନ୍ତର୍ଗତ ଘରକୁ ଆଣିବା ପରେ ତାଙ୍କ ମାଆ ଆଚମ୍ବିତ ହୋଇ ଯାଇଥିଲେ। ବିଲେଇକୁ ଘରେ ପାଳିବାକୁ ବାରଣ କରିବାରୁ ମାଆ ଓ ପୁଅଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ରାଗରେ ମୌଲବିକ ଘରୁ ପଳାଇ ଯାଇ ମେରାଇନ୍ ଲାଇନ୍ ଷ୍ଟେସନ୍ ନିକଟସ୍ଥ ମେଘଦୂତ ପୋଲ ଉପରୁ ତଳକୁ ଲମ୍ଫ ଦେଇଥିଲେ।publive-imageସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଗୋକୁଳଦାସ ତେଜପାଲ ହସ୍ପିଟାଲର ଆଇସିୟୁରେ ଦାଖଲ କରାଯାଇଥିଲା। ତାଙ୍କ ବାମ ଗୋଡ଼ ବହୁ ଜାଗାରେ ଭାଙ୍ଗି ଯିବା ସହ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଯାଇଛି। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଦୃଷ୍ଟି ରଖିଛନ୍ତି। ମେରାଇନ୍ ଡ୍ରାଇଭ୍ ପୁଲିସ କହିବା ଅନୁସାରେ, ରାଗରେ ଉତ୍ତେଜିତ ହୋଇ ମୌଲବିକ ମୋଟର ସାଇକେଲ ଚଢ଼ି ଘରୁ ପଳାଇ ଆସିଲେ। ମାଆ ଓ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯାହାଫଳରେ ସେ ମେଘଦୂତ ସେତୁ ଉପରେ ମଟରସାଇକେଲ୍ ଥୋଇ ତଳକୁ ଡେଇଁ ପଡ଼ିଲେ। ପୋଲ ଅନ୍ୟୂନ ୨୫ ଫୁଟ୍ ଉଚ୍ଚତା ବିଶିଷ୍ଟ ହେବ। ସେତେବେଳେ ପୋଲ ତଳେ କୌଣସି ଯାନବାହନ ଯାତାୟାତ କରୁ ନ ଥିବାରୁ ତାଙ୍କ ଜୀବନ ଯାଉ ଯାଉ ବଞ୍ଚିଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe