ବର୍ଷାରେ ଉବୁଟୁବୁ ମାୟାନଗରୀ । ମୁମ୍ବାଇ ବିମାନବନ୍ଦରରେ ଖେଳିଲା ମାଗୁର ମାଛ…

506

କନକ ବ୍ୟୁରୋ : ବର୍ଷାରେ ଜୁଡୁବୁଡୁ ହେଉଥିବା ମାୟାନଗରୀ ମୁମ୍ବାଇରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଏଭଳି ଯେ, ମୁମ୍ବାଇର ଜୁହୁ ବିମାନ ବନ୍ଦରରେ ପ୍ରବଳ ବର୍ଷା ଫଳରେ ମାଛ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବିମାନ ବନ୍ଦର ରନଓ୍ବେରେ ବର୍ଷା ଜଳ ଜମି ରହିବାରୁ ଏକ ତିନି ଫୁଟ ଲମ୍ବ ମାଗୁର ମାଛ ଖେଲୁଥିବା ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ ଜୁହୁ ବିମାନ ବନ୍ଦରର ଗୋଟିଏ ପଟେ ହ୍ରଦ ଥିବାବେଳେ ଅନ୍ୟ ପଟେ ନାଳ ରହିଛି । ରନଓ୍ବେରେ ବର୍ଷା ଜଳ ଜମି ରହିବାରୁ ହ୍ରଦ ଓ ନାଳରୁ ମାଛ ଆସିଥିବା କୁହାଯାଉଛି । ତେବେ ଶିବ ଅରୁର୍ ନାମକ ଜଣେ ବ୍ୟକ୍ତି ତାଙ୍କ ଟୁଇଟର ଆକାଉଣ୍ଟରେ ଏହି ଭିଡ଼ିଓ ଅପଲୋଡ୍ କରିଛନ୍ତି । ୨୬ ସେକେଣ୍ଡର ଏହି ଭିଡ଼ିଓଟି ଏବେ ଭାଇରାଲ ହେବା ପରେ ବିମାନବନ୍ଦର କର୍ମଚାରୀ ରନଓ୍ବେକୁ ସଫା କରିବା ସହ ମାଛକୁ ଧରି ବ୍ୟାଗରେ ରଖିଛନ୍ତି ।