୧୨୦ କି.ମି ଯାତ୍ରା କରି ଭୋଟ୍ ଦେବାକୁ ଗଲେ ! ନିର୍ବାଚନ ସମୟରେ ପୁଅ ଜନ୍ମ ହେଲା ବୋଲି ନାଁ ରଖିଲେ ମତଦାନ ।

94

ମଧ୍ୟପ୍ରଦେଶରେ ବୁଧବାର ନିର୍ବାଚନ ଥିଲା । ଭୋଟ୍ ଦେବା ପାଇଁ ଲୋକଙ୍କ ଭିଡ ମଧ୍ୟ ଲାଗିଥିଲା । ତେବେ ଲାଇନରେ ସନ୍ତୋଷ ନାମକ ଜଣେ ବ୍ୟକ୍ତି ବ୍ୟତିବ୍ୟସ୍ତ ହୋଇ ବାରମ୍ବାର ଘଣ୍ଟା ଦେଖୁଥିଲେ । ଲୋକମାନେ ବ୍ୟକ୍ତିଙ୍କୁ ଦେଖି ଭୋଟ୍ ଦେବା ପାଇଁ ଉତ୍ସାହିତ ଥିବେ ବୋଲି ଅନୁମାନ କଲେ । କିନ୍ତୁ ବାସ୍ତବରେ ସନ୍ତୋଷଙ୍କ ଗର୍ଭବତୀ ପତ୍ନୀ ହସପିଟାଲ୍ ରେ ଭର୍ତ୍ତୀ ହୋଇଥିଲେ ଏବଂ ସେ ନିିଜ କର୍ତ୍ତବ୍ୟକୁ ଅବହେଳା ନକରି ୧୨୦ କି.ମି ଯାତ୍ରା କରି ଦେଶର ଜାଗୃତ ନାଗରିକ ହିସାବରେ ଭୋଟ୍ କେନ୍ଦ୍ରକୁ ଆସିଥିଲେ ।

ଭୋଟ୍ ଦେଇ ସେ ସିଧା ଡାକ୍ତରଖାନାରେ ପହଚିଂଥିଲେ । ସେଠାରେ ପତ୍ନୀ ଏବଂ ନବଜାତ ଶିଶୁପୁତ୍ରକୁ ଦେଖି ସେ ଖୁବ୍ ଖୁସି ହୋଇଯାଇଥିଲେ । ଉଲ୍ଲାସରେ ସେ ପୁଅ ନାଁ ମତଦାନ ରଖିଦେଲେ । ସନ୍ତୋଷଙ୍କ କହିବାନୁସାରେ,ଭୋଟ୍ ଦେବା ପ୍ରତିଟି ନାଗରିକର ପ୍ରଧାନ କର୍ତ୍ତବ୍ୟ । ମୁଁ ପ୍ରତିଟି ପରିସ୍ଥିତିରେ ଭୋଟ୍ ଦେବାକୁ ଭୁଲିନଥାଏ ତେଣୁ ଏଥର ମଧ୍ୟ ମୋର ଗୋଟିଏ ଭୋଟ୍ କୁ ଖରାପ କରିବାକୁ ଚାହୁଁନଥିଲି ତେଣୁ ଭୋଟ୍ ଦେବାକୁ ଯାଇଥିଲି । ଭବିଷ୍ୟତରେ ଯଦି ପୁଅ ନାଁ ପାଇଁ ଅସୁବିଧା ଉପୁଜେ ତେବେ ନାଁ ପରିବର୍ତ୍ତନ କରିଦେବି ।