ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଚଳଚିତ୍ର ପ୍ରଯୋଜକ ରାଜେଶ ପତିଙ୍କ ନାଁରେ କାଷ୍ଟିଂକାଉଚର ଅଭିଯୋଗ ଆସିଲା ପରେ ଲକ୍ଷ୍ମୀସାଗର ଥାନାରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି ରାଜେଶ । ଗୁଡିଆରାଣୀ ଚଳଚିତ୍ର ତିଆରିକୁ ନେଇ ଅଭିନେତ୍ରୀ ଉପାସନା ମହାନ୍ତି ଏବଂ ଅନ୍ୟମାନେ ରାଜେଶ ପତିଙ୍କ ଠାରୁ ୩୦ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗକୁ ନେଇ ଗଣମାଧ୍ୟମରେ କିଛିଦିନ ତଳେ ବିବୃତି ରଖିଥିଲେ ରାଜେଶ । ଏହି ଟଙ୍କାକୁ ଫେରିପାଇବାକୁ ନେଇ ରାଜେଶ ବହୁବାର ପ୍ରୟାସ କରିଥିଲେ ମଧ୍ୟ ଟଙ୍କା ଫେରି ପାଇନଥିଲେ । ଓଲଟା ରାଜେଶଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯିବା ସହିତ କାଷ୍ଟିଂ କାଉଚରେ ଫସାଇ ଦେବାକୁ ଧମକ ଦେଇଥିଲେ ଉପାସନା । ଶେଷରେ ରାଜେଶଙ୍କ ନାଁରେ ଉପାସନା ଲକ୍ଷ୍ମୀସାଗର ଥାନାରେ ବୁଧବାର ଦିନ ଅଭିଯୋଗ କରିଥିଲେ ।
ସେପଟେ ରାଜେଶ ପତି ଓ ଅଭିନେତ୍ରୀ ଉପାସନାଙ୍କ ସଂପର୍କକୁ ନେଇ ନୂଆ ଭିଡିଓ କନକ ନ୍ୟୁଜ୍ ହାତରେ ଲାଗିଛି । ଉପାସନା କେବଳ ରାଜେଶ ପତିଙ୍କ ପିଲ୍ମର ନାୟିକା ନଥିଲେ, ବରଂ ତାଙ୍କ ସଂପର୍କ ତା'ଠୁ ବେଶ୍ ଅଧିକ ଥିଲା ପରି ମନେହୁଏ ଏହି ଭିଡିଓରେ ।
ନଜର ପକାନ୍ତୁ ଏହି ଭିଡିଓ ଉପରେ ଏବଂ ଶୁଣନ୍ତୁ କେତେ ଆତ୍ମିୟତା ଓ ଅନ୍ତରଙ୍ଗତାର ସହ ଭିଡିଓ ସୁଟ୍ କରିଛନ୍ତି ଉପାସନା ରାଜେଶଙ୍କ ସହିତ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/07/vlcsnap-2016-07-30-08h40m06s790-1.png)