ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ କାଷ୍ଟିଂକାଉଚ ଅଭିଯୋଗ । ସଫେଇ ରଖିଲେ ପିଣ୍ଟୁ, କହିଲେ, ସେ ମହିଳା କିଏ ଜାଣି ନାହାଁନ୍ତି ।

266

କନକ ବ୍ୟୁରୋ : ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ବିରୋଧରେ ଆସିଲା କାଷ୍ଟିଂକାଉଚ ଭଳି ସାଂଘାତିକ ଅଭିଯୋଗ । ଆଉ ଏହି ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ମହିଳା ଜଣଙ୍କ ଏନେଇ ଥାନାରେ ଏଫଆଇଆର ମଧ୍ୟ ଦେଇଛନ୍ତି । ଏଫଆଇଆରରେ ଦର୍ଶାଇଛନ୍ତି, ତାଙ୍କୁ କମ୍ପ୍ରମାଇଜ କରିବା ପାଇଁ କୁହାଯାଇଛି । ଏଥିସହ ଅଭିନେତା ଜଣଙ୍କ ତାଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିଛନ୍ତି । ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ସେପଟେ ସବୁ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିବା ସୂଚନା ମିଳିଛି ।

ମହିଳା ଜଣଙ୍କ କାଷ୍ଟିଂକାଉଚର ଅଭିଯୋଗ ଆଣିଛନ୍ତି ଅଭିନେତା ପିଂଟୁ ନନ୍ଦଙ୍କ ନାଁରେ । ମହିଳାଙ୍କ କହିବା କଥା ହେଲା ସିନେମାରେ ସୁଯୋଗ ଦେବାକୁ କହି ଡାକିଥିଲେ ପିଣ୍ଟୁ ନନ୍ଦ । ଅଭିନୟ କରିବାକୁ ହେଲେ କୁଆଡେ କମ୍ପ୍ରମାଇଜ କରିବାକୁ ପଡିବ ବୋଲି ସେ କହିଥିଲେ । ଏନେଇ ପିଣ୍ଟୁଙ୍କ ନାଁରେ ନୟାପଲ୍ଲୀ ଥାନାରେ ଏଫଆଇଆର କରିଛନ୍ତି ଏହି ମହିଳା ।

ତେବେ  ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିନେତା ପିଂଟୁ ନନ୍ଦ । ପ୍ରଥମ ଥର ପାଇଁ ତାଙ୍କୁ ଥାନାରେ ଦେଖିଲେ ବୋଲି ସେ କହିଛନ୍ତି । ପିଣ୍ଟୁଙ୍କ କହିବା ହେଲା, ଜୁନିଅର ଆର୍ଟିଷ୍ଟ ଯୋଗାଉଥିବା ମାନସ ଏହି ମହିଳାଙ୍କୁ ଡାକିଥିଲେ । ସୁଟିଂ ଚାଲିଥିବା ସିନେମାରେ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିବା ପାଇଁ କୁହାଯାଇଥିଲା ମହିଳାଙ୍କୁ । କିନ୍ତୁ ସେ ଭୂମିକାରେ ଆଉ ଜଣେ ଅଭିନୟ କରିସାରିଛନ୍ତି ବୋଲି କହିଛନ୍ତି ପିଣ୍ଟୁ ନନ୍ଦ ।

ମହିଳାଙ୍କ ଏଫଆଇଆର ଆଧାରରେ ପୋଲିସ ପିଣ୍ଟୁ ନନ୍ଦଙ୍କୁ ଥାନାକୁ ଡାକି ପଚରା ଉଚରା କରିଛି । ଏଥିସହ ପୁଲିସ ତାଙ୍କୁ ନୋଟିସ ଜାରି କରିଛି । ୧୫ ଦିନ ମଧ୍ୟରେ ପିଣ୍ଟୁ ନନ୍ଦଙ୍କୁ ତାଙ୍କ ପକ୍ଷ ରଖିବାକୁ କହିଛି ପୋଲିସ ।