ଡାକ୍ତରୀ ଛାତ୍ରୀ ପାୟଲ୍ ଆତ୍ମହତ୍ୟା ଘଟଣା : ମନ୍ତ୍ରୀ କହିଲେ , ଜାତିଆଣ ନିର୍ଯାତନା ଯୋଗୁଁ ପାୟଲ୍ ଆତ୍ମହତ୍ୟା କରିଛନ୍ତି ! ଦୋଷୀଙ୍କୁ ଖୁବଶୀଘ୍ର ତଦନ୍ତ କରି ଗିରଫ କରାଯିବ ।

ଡାକ୍ତରୀ ଛାତ୍ରୀ ପାୟଲ୍ ଆତ୍ମହତ୍ୟା ଘଟଣା : ମନ୍ତ୍ରୀ କହିଲେ , ଜାତିଆଣ ନିର୍ଯାତନା ଯୋଗୁଁ ପାୟଲ୍ ଆତ୍ମହତ୍ୟା କରିଛନ୍ତି ! ଦୋଷୀଙ୍କୁ ଖୁବଶୀଘ୍ର ତଦନ୍ତ କରି ଗିରଫ କରାଯିବ ।

ମୁମ୍ବାଇର ଜଣେ ମହିଳା ଡାକ୍ତର ନିଜ ସିନିୟରଙ୍କ ଦ୍ୱାରା ଜାତିଆଣ ନିର‌୍ୟାତନାର ଶିକାର ହୋଇ ଆତ୍ମହତ୍ୟା କରିଥିବା ମହାରାଷ୍ଟ୍ର ଡାକ୍ତରୀ ଶିକ୍ଷା ମନ୍ତ୍ରୀ ଗିରିଶ ମହାଜନ ସ୍ପଷ୍ଟ କରିଛନ୍ତି । ମହାଜନ ଏହି ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି, ପାୟଲ ତଡ଼ଭି ନିଜ ସିନିୟରଙ୍କ ଦ୍ୱାରା ଜାତିଆଣ ନିର‌୍ୟାତନାର ଶିକାର ହୋଇଥିଲେ।

publive-image

ତେବେ ଏଥିରେ ସଂପୃକ୍ତ ଥିବା ସମସ୍ତଙ୍କୁ ଗିରଫ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି। ପାୟଲଙ୍କ ପରିବାର ହସପିଟାଲ ଆଗରେ ପ୍ରତିବାଦ କରିବା ପରେ ମନ୍ତ୍ରୀଙ୍କ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ଏହି ପ୍ରତିବାଦରେ କିଛି ଦଳିତ ଏବଂ ଆଦିବାସୀ ସଂଗଠନ ମଧ୍ୟ ଯୋଗଦେଇ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ଘଟଣାରେ ଜାତୀୟ ମହିଳା କମିସନ ଏବଂ ମହାରାଷ୍ଟ୍ର ମହିଳା କମିସନ ମଧ୍ୟ ହସପିଟାଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ପ୍ରସୂତି ବିଭାଗର ମୁଖ୍ୟ ଏବଂ ଅନ୍ୟ ତିନି ଜଣ ଡାକ୍ତରଙ୍କୁ ନିଲମ୍ବନ କରାଯାଇଛି।

publive-image

ଉଲ୍ଲେଖଯୋଗ୍ୟ, ପାୟଲ ସରକାରଙ୍କ ଦ୍ୱାରା ପରିଚାଳିତ ବିୱାଇଏଲ୍ ନାୟର ହସପିଟାଲର ଛାତ୍ରୀନିବାସରେ ଗତ ଗୁରୁବାର ଆତ୍ମହତ୍ୟା କରିଥିଲେ। ସିନିୟରମାନେ ତାଙ୍କୁ ନିର‌୍ୟାତନା ଦେଉଥିବା ପାୟଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe