କନକ ବ୍ୟୁରୋ : ସ୍ୱାସ୍ଥ୍ୟବୀମା ଧାରକ ମାନଙ୍କ ସୁବିଧାକୁ ନଜରରେ ରଖି ଜିଆଇସି ବା ଜେନେରାଲ ଇନସୁରାନ୍ସ କାଉନ୍ସିଲ ଏବେ ଯୁଗାନ୍ତକାରୀ ପଦକ୍ଷେପ ଆଣିଛି । ବର୍ତମାନ ପଲିସି ଧାରକ ମାନଙ୍କୁ ଦେଶ ବ୍ୟାପି ଯେକୌଣସି ହସ୍ପିଟାଲରେ ମଧ୍ୟ କ୍ୟସଲେସ ଚିକିତ୍ସା କରାଇ ପାରିବେ । ଏଥି ପାଇଁ ଉକ୍ତ ହସ୍ପିଟାଲକୁ କମ୍ପାନୀ ଅନ୍ତର୍ଗତ ତାଲିକାରେ ରହିବା ବାଧ୍ୟତାମୂଳକ ନୁହେଁ ।

Advertisment

ଆଗରୁ ବୀମା ଧାରକ ଯଦି କମ୍ପାନୀ ତାଲିକା ବାହାରେ କିଛି ହସ୍ପିଟାଲରେ ଚିକିତ୍ସା କରାଉଥିଲେ ତେବେ ପରେ ସେହି ପଇସା ଫେରସ୍ତ ମିଳୁଥିଲା । ଏମିତିରେ ଯଦି ବ୍ୟକ୍ତି ପାଖରେ ପଇସା ଅଛି ତେବେ ହିଁ ଯାଇ ସେ ଚିକିତ୍ସା କରାଇ ପାରୁଥିଲା ନଚେତ ହଠାତ ଦରକାର ପଡିଲେ ସ୍ୱଳ୍ପ ସଂଚୟକାରୀ ବ୍ୟକ୍ତିଟିଏ ପାଇଁ ଏହା ସମ୍ଭବ ହେଉ ନଥିଲା । ଲୋକ ମାନଙ୍କ ଏହି ଅସୁବିଧାକୁ ଆଖିରେ ନୁଆ ନିୟମ ଅଣା ଯାଇଛି ।

କେମିତି ରହିଛି ନୂଆ ନିୟମ
କ୍ୟାଶଲେସ ଏଭ୍ରିହୋଇଆର ନାମକ ନୂଆ ଯୋଜନା ଅନୁଯାୟୀ ବୀମା ଧାରକ ଯେକୌଣସି ଚିକିତ୍ସାଳୟରେ କ୍ୟାଶଲେସ ଚିକିତ୍ସା କରାଇ ପାରିବେ । ଏ ନେଇ କୌଣସି ବୀମା କମ୍ପାନୀ ମନା କରି ପାରିବେ ନାହିଁ । ହେଲେ ଏ ସୁବିଧା ନେବା ପାଇଁ ବୀମା ଧାରକଙ୍କୁ କିଛି କଥା ଧ୍ୟାନରେ ରଖିବାକୁ ହେବ ।

-କମ୍ପାନୀ ତାଲିକା ବାହରେ ଥିବା ହସ୍ପିଟାଲରେ ଚିକିତ୍ସା କରାଇବାକୁ ହେଲେ ୪୮ ଘଣ୍ଟା ପୁର୍ବରୁ ବୀମା କମ୍ପାନୀକୁ ଏ ନେଇ ଖବର ଦେବାକୁ ହେବ ।
-ଯଦି ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା କରାଇବାକୁ ପଡେ ତେବେ ଚିକିତ୍ସା ଆରମ୍ଭ ହେବାର ୪୮ ଘଣ୍ଟା ଭିତରେ କମ୍ପାନୀକୁ ଏ ନେଇ ଅବଗତ କରିବାକୁ ହେବ ।
- ଚିକିତ୍ସାର ସବୁ ସୁବିଧା କମ୍ପାନୀର ପଲିସି ଆଧାରରେ ହିଁ ହେବ ।
- ୧୫ରୁ ଅଧିକ ଶଯ୍ୟା ବିଶିଷ୍ଟ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ପଂଜିକୃତ ହସ୍ପିଟାଲରେ ହିଁ ଏହି ଚିକିତ୍ସା କରା ଯାଇ ପାରିବ ।