କନକ ବ୍ୟୁରୋ : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମ ଠାରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ପୁଲିସ ପ୍ରେମ ସାଗର ମେହେର ନାଁରେ ଜଣେ ବ୍ୟକ୍ତିକୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଖଡ଼ିଆଳ ଏସ୍ଡିପିଓଙ୍କ ନେତୃତ୍ବରେ ଖଡ଼ିଆଳ ପୁଲିସ ଏକ ସ୍ଵତନ୍ତ୍ର ଦଳ ଚଢ଼ାଉ କରିଥିଲେ । ସେଠାରୁ ବିପୁଳ ପରିମାଣରେ ବେଆଇନ ବିସ୍ଫୋରକ ଜବତ ହୋଇଛି ।
୧୫ କାର୍ଟୁନ ସମୁଦାୟ ୨୯୨୫ ଜେଲେଟିନ ଷ୍ଟିକ, ୨୯ ଗୋଟି ସିଲ ପ୍ଲାଟିକ ବସ୍ତା ଏମୋନିୟମ ନାଇଟ୍ରେଟ ୫୦ କେଜି, ଗୋଟିଏ କାର୍ତିନ ସିଲ ହାରାହାରି ୮୪୪ ଗୋଟି ଡିଟୋନେଟର, ନଗଦ ୩୨ ହଜାର ୯୦୦ ଟଙ୍କା, ଦୁଇ ଗୋଟି ଟ୍ରାକ୍ଟଟର ଦୁଇ ଗୋଟି କମ୍ପ୍ରେସର ଟ୍ରାକ୍ଟର, ୪ ଗୋଟି ଲୁହା ଶାବଳ ଓ ଗୋଟିଏ ମୋବାଇଲ ଜବତ ହୋଇଛି । ଆଜି ଆରକ୍ଷୀ ଅଧିକ୍ଷକ ରାହୁଲ କୁମାର ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ଏସ୍ଡିପିଓ ସନ୍ତକ ଜେନା ଓ ଖଡ଼ିଆଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/ca54c57a-dee0-468b-b659-dd64759f4867-750x430.jpg)